-
ଧାମନଗର ମଡେଲକୁ ନେଇ ଦଳ ନିର୍ବାଚନ ଲଢିବ
-
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକ ଆଗାମୀ ଦିନରେ ଦଳକୁ ନିଶ୍ଚୟ ସହାୟକ ହେବ
ଭୁବନେଶ୍ୱର,ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟ ସରକାରଙ୍କ ଅପାରଗତା, ସ୍ଥାଣୁତା, ଭ୍ରଷ୍ଟାଚାରକୁ ବିଜେପି ପ୍ରମୁଖ ପ୍ରସଙ୍ଗ କରିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଜିଲ୍ଲା ସଭାପତି ଓ ରାଜ୍ୟ ପଦାଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଯୋଗ ଦେବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାମନଗର ଓ ପଦ୍ମପୁର ଉପନିର୍ବାଚନ ଉଭୟ ଗୁଡିଏ ବିଷୟରେ ୨୦୨୪କୁ ସାମ୍ନା କରିବା ପାଇଁ ଭାରତୀୟ ଜନତା ପାର୍ଟିକୁ ଶିକ୍ଷା ଦେଇଛି । ଆମ ପାଖରେ ଧାମନଗର ମଡେଲ ଅଛି । ବିଜେପି ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି । ଆଗାମୀ ନିର୍ବାଚନରେ ଲୋକମାନଙ୍କର ଦଳ ପାଖରୁ ଥିବା ଅପେକ୍ଷା ଅନୁଯାୟୀ ଓଡ଼ିଶା ସରକାରଙ୍କ ଅପାରଗତା, ସ୍ଥାଣୁତା, ଭ୍ରଷ୍ଟାଚାରକୁ ପ୍ରମୁଖ ପ୍ରସଙ୍ଗ କରାଯିବ । କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ରାଜନୈତିକ ପ୍ରସଙ୍ଗ ସହ ସଂଗଠନାତ୍ମକ ରଚନା ଓ ଏହାର ଦୃଢୀକରଣ ସମ୍ପର୍କରେ ଆଲୋଚନା ହେବ । ଏହି ବୈଠକ ଆଗାମୀ ଦିନରେ ଦଳକୁ ନିଶ୍ଚୟ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।