ଭୁବନେଶ୍ୱର:ବହୁଦିନର ଲୁଚକାଳି ପରେ ପୁଲିସ ହାବୁଡରେ ପଡି ବନ୍ଧାହେଲା ଠକ ବ୍ୟବସାୟି ସତ୍ୟବ୍ରତ ପୃଷ୍ଟି ା ଠକିବା ସେ ଆପଣାଇ ଥିଲା ଭିନ୍ନ ତରିକା ଏକ ଜାଲ୍ କମ୍ପାନୀ ରେଜିଷ୍ଟେସନକରି ଲୁଟୁଥିଲା ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ଓ ବ୍ୟବସାୟିଙ୍କୁ ା କୋର୍ଟରେ ରୁଜୁ ହୋଇଥିବା ଏକ ଓ୍ବାନସିସି ମାମଲା ଆଧାରରେ କଟକ ରଘୁନାଥପୁର ଅଞ୍ଚଳର ଠକ ସତ୍ୟବ୍ରତକୁ ଚନ୍ଦ୍ରଶେଖରପୁର ପୁଲିସ୍ ଚକେଇସିଆଣିରୁ ଆରେଷ୍ଟ୍ କରି କୋର୍ଟ ଫରଓ୍ବାର୍ଡ କରିଚି ା
ସୂଚନା ଅନୁସାରେ ଅଭିଯୋଗକାରୀଙ୍କର ଏମ୍/ଏସ ଏସବିଏସ୍ ଟ୍ରେଡିଙ୍ଗ କର୍ପୋରେସନ ନାମକ ଏକ କମ୍ପାନୀ ଚନ୍ଦ୍ରଶେଖରପୁର ,ପଟିଆ ରେ ରହିଚି ା୨୦୨୧ ମସିହାରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସହ ବ୍ୟବସାୟ କରି ଆସୁଛନ୍ତି ା ଗିରଫ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କ କମ୍ପାନୀରୁ ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଆଣିଥିଲେ ାପରବର୍ତ୍ତୀ ସମୟରେ ସାମଗ୍ରି ବାବଦ କିଛି ଟଙ୍କା ପୈଠ କରି ବାକିଟଙ୍କା ଦେଇନଥିଲେ ା ଏପରିକି ସେ ଜିନିଷ ଆଣିନଥିବା କହି ଠକି ଚାଲିଥିଲେ ା ଏ ନେଇ ଅଭଯୋଗକାରୀ କୋର୍ଟରେ ପିଟିସନ୍ ଦାୟର କରିଥିଲେ ାପିଟିସନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଏହି ବ୍ୟକ୍ତି ଅନେକ ନିରିହ ଲୋକଙ୍କୁ ପ୍ରତାରଣା କରି ସଫଳ ହେବା ପାଇଁ ଯୋଜନାବଦ୍ଧ ଭାବେ ଅପରାଧିକ ଷଡଯନ୍ତ୍ର କରି ଆସୁଚି ାପୋଲିସ୍ ତଦନ୍ତ କରି ଠକ ସତ୍ୟବ୍ରତକୁ ଗିରଫ କରି କୋର୍ଟ ଚାଲାଣ କରିଚି ା