କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଆତ୍ମନିବେଦନ ରେ ସମର୍ପଣ ଭାବ ରହିଲେ ଭଜନ-ଜଣାଣ ଠାକୁରଙ୍କୁ ଛୁଇଁ ଅମୃତ ହୋଇଯାଏ। ଏଣୁ ଏକ ଶୃଙ୍ଖଳିତ ସମାଜ ଓ ପରିବାର ପାଇଁ ପ୍ରତିଟି ମଣିଷ ଠାକୁରଙ୍କ ନିକଟରେ ସମର୍ପିତ ହେବା ଆବଶ୍ୟକ ବୋଲି କହିଛନ୍ତି ଗୀତିକାର ତଥା କଣ୍ଠଶିଳ୍ପୀ ବଦ୍ରି ମିଶ୍ର।ସୁନାମୁହିଁ ନିକଟସ୍ଥ ଯୋଗମାୟା ପୀଠ ରେ ବିକାଶ ଜ୍ୟୋତି କ୍ଲବ ଦ୍ବାରା ଆୟୋଜିତ ରାଜ୍ୟସ୍ତରୀୟ ଭଜନ ଆବୃତ୍ତି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଶ୍ରୀମିଶ୍ର ଯୋଗଦେଇଥିବା ବେଳେ, ବିଶିଷ୍ଟ ଗୀତିକାର ତଥା ପ୍ରାକ୍ତନ ସରପଞ୍ଚ ଗୁଣନିଧି ବରାଳ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ।ଏହି କର୍ମଶାଳାରେ ବାଲେଶ୍ଵର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ସମେତ ୧୪ଟି ଜିଲ୍ଲାର ୪୩୪ଜଣ ଗୀତିକାର ଓ କଣ୍ଠଶିଳ୍ପୀ ଯୋଗଦେଇଥିଲେ।ଏହି ଭଜନ ଆବୃତ୍ତି ପ୍ରତିଯୋଗିତାର ବିଚାରକ ତଥା ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ତଥା ପ୍ରିୟପତ୍ର ସଂପାଦକ- ବିପିନ ବିହାରୀ ଦଳାଇ ଓ ବିଶିଷ୍ଟ ଗବେଷକ ଅଦ୍ଵୈତ ଚନ୍ଦ୍ର ନାୟକ,୫୬ଟି ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ପରିଶେଷରେ କ୍ଲବ୍ ର ବାର୍ଷିକ ଉତ୍ସବ ଉପଲକ୍ଷେ ମାଆ ଯୋଗମାୟାଙ୍କ ନିକଟରେ କଣ୍ଠଶିଳ୍ପୀମାନେ ଭଜନ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଵିନୋଦ ଭଦ୍ର, ମିନତୀ ବରାଳ ଓ ସୁକାନ୍ତି ନାୟକ। ଆଗାମୀଦିନରେ ସିଂହଦ୍ବାର ସମେତ ଓଡ଼ିଶାର ବିଭିନ୍ନ ଦେବାଦେବୀ ମନ୍ଦିର ରେ କଣ୍ଠଶିଳ୍ପୀମାନେ ଭକ୍ତି ସଂଗୀତ ପରିବେଷଣ କରି ଓଡ଼ିଶାରେ ଏକ ଧର୍ମିୟ ଜାଗରଣ ସୃଷ୍ଟି କରାଯିବ ବୋଲି ଗୀତିକାର ଗୁଣନିଧି ବରାଳ ଜଣାଇଛନ୍ତି।
Related Stories
November 24, 2024
November 24, 2024