ବାଙ୍କୀ ,କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମ ପଞ୍ଚାୟତର “ମୋ ଗାଁ ଗ୍ରୁପ” ପ୍ରୟାସରେ ଅଦ୍ଵିତୀୟ ଆଦର୍ଶ ଶିକ୍ଷକ ସ୍ବର୍ଗତ ବାଞ୍ଛାନିଧି ପ୍ରତିହାରୀଙ୍କ ୩୩ ତମ ଶ୍ରାଦ୍ଧ ଦିବସ ମହାବେରେଣା ବିଦ୍ୟାପୀଠ ପରିସରରେ ୧୭ ଡିସେମ୍ବର ୨୦୨୨ ଶନିବାର ଦିନ ଅପରାହ୍ନ ୧ ଘଣ୍ଟିକା ସମୟରେ ପାଳିତ ହୋଇଯାଇଛି |ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମଧୁସୂଦନ ମହାପାତ୍ରଙ୍କ ସଭାପତିତ୍ବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ, ନିମନ୍ତ୍ରିତ ଅତିଥି ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୁରୁଜି ଙ୍କ ପ୍ରତିମୂର୍ତ୍ତିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପୂର୍ବକ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା |୧୯୬୭ ମସିହାରେ ବରପୁଟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ସେବା ନିବୃତ ପରେ ଦୀର୍ଘ ୨୦ ବର୍ଷ ଧରି ବେସରକାରୀ ପାଠଶାଳା (ଚାହାଳୀ )ନିର୍ମାଣ କାରି ଛାତ୍ର ଛାତ୍ରୀ ମାନଙ୍କୁ ଯେଉଁ ଶିକ୍ଷା ପ୍ରଦାନ କରିଛନ୍ତି ତାହା ଅବିସ୍ମରଣୀୟ |ଅତିଥି ଯୁବ ଆଇନଜୀବି ଜୟ ପ୍ରକାଶ ମିଶ୍ର, ସମାଜସେବୀ ତଥା ବୃକ୍ଷ ମିତ୍ର ହରିବନ୍ଧୁ ପଣ୍ଡା ଓ କ୍ଲଷ୍ଟର CRCC ପ୍ରଫୁଲ୍ଲ କୁମାର ମହାପାତ୍ର,ଗୁରୁଜୀଙ୍କ କର୍ମଠ ଜୀବନ ଓ ଆଦର୍ଶ ବ୍ୟକ୍ତିତ୍ୱର ମହନୀୟତା କୁ ପରିପ୍ରକାଶ କରିଥିଲେ |ଶିକ୍ଷକ ବିଜୟ କୁମାର ମହାନ୍ତି ଗୁରୁଜୀ ଙ୍କ ପାଠ ପଢ଼ାର ଶୈଳୀ ଓ ଅନୁଶାସନ ର କିଛି ଝଲକ ପ୍ରତିପାଦିତ କରିଥିଲେ |ଶିକ୍ଷକ କୃପାସିନ୍ଧୁ ଦାସ, ସୁବାସିନୀ ଦେବୀ ଆଦର୍ଶ ଶିକ୍ଷକ ଙ୍କ ଗୁଣାବଳୀ ଗୁଡିକୁ ବର୍ଣ୍ଣନା କରିଥିଲେ |ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସଞ୍ଜୁଲତା ଦେବୀ, ବୁଦ୍ଧେଶ୍ୱର ସ୍ୱାଇଁ, ବିଜୟ ଲକ୍ଷ୍ମୀ ବରାଳ, ମିନତୀ ବେହେରା, ଲିପ୍ସା ପାଣିଗ୍ରାହୀ, ସବିତା ସେଠୀ,ପ୍ରଣିତା ପଟ୍ଟନାୟକ, ପ୍ରଶାନ୍ତ ବାରିକ ଓ ଗୋଲାପ ସ୍ୱାଇଁ ଙ୍କ ପୂର୍ଣ୍ଣ ସହଯୋଗରେ ଶ୍ରାଦ୍ଧ ଦିବସ ଟି ପାଳନ କରାଯାଇଥିଲା |ଏହି ଦିବସରେ ବରପୁଟ “ମୋ ଗାଁ ଗ୍ରୁପ ” ର ପରିଚାଳକ ତଥା ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଚିତ୍ରା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ |ବରପୁଟ “ମୋ ଗାଁ ଗ୍ରୁପ” ର ଏହି ପୂଜ୍ୟ ପୂଜା କାର୍ଯ୍ୟକ୍ରମ କୁ ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶଂସା କରିବା ସହିତ ସାଧୁବାଦ ଜ୍ଞାପନ କରିଥିଲେ |
Related Stories
November 24, 2024
November 24, 2024