
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ବ୍ରହ୍ମଗିରି ବ୍ଲକ ଗୋରୁଆଳ ଗ୍ରାମ ଠାରେ ଆୟୁଷ ମନ୍ତ୍ରାଳୟ ତରଫରୁ ଭ୍ରାମ୍ୟମାଣ ଆୟୁଷ ଚିକିତ୍ସା ଶିବିର ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷl, ଜିଲ୍ଲା ପରିଷଦ, ପୁରୀ ଶ୍ରୀମତୀ ସ୍ଵପ୍ନlରାଣୀ ସ୍ଵାଇଁ ଯୋଗ ଦେଇ ଉଦଘାଟନ କରିଥିଲେ l ଆଜିକା ଦିନରେ ଜଟିଳ ଦୁରାରୋଗ୍ୟ କ୍ଷେତ୍ରରେ ଆୟୁର୍ବେଦିକ ଚିକିତ୍ସାର ଭୂମିକା ସମ୍ପର୍କରେ ଗ୍ରାମବାସୀ ମାନଙ୍କୁ ଅବଗତ କରାଇଥିଲେ l ଏଥିସହ ଭ୍ରାମ୍ୟମାଣ ଆୟୁଷ ଚିକିତ୍ସା ଶିବିର ବ୍ରହ୍ମଗିରି ବ୍ଲକର ବିଭିନ୍ନ ଗ୍ରାମକୁ ଗସ୍ତ କରି ଜଣସାଧାରଣ ମାନଙ୍କୁ 20 ଦିନ ବ୍ୟାପୀ ଚିକିତ୍ସା ଯୋଗାଇଦେବ l