କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ସର୍ବଭାରତୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ଆନୁକୁଲ୍ୟରେ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସର ସଭାକକ୍ଷ ରେ ଆଞ୍ଚଳିକ ରୂପକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ନାଟକ ପ୍ରତିଯୋଗିତା ମହୋତ୍ସବ କୁ ଅନୁଷ୍ଠାନ ର ନିର୍ଦେଶକ ଡକ୍ଟର ଖଗେଶ୍ବର ମିଶ୍ର ଓ ପ୍ରାଧ୍ୟାପକ ଅତୁଲ କୁମାର ନନ୍ଦ ମିଳିତ ଭାବେ ଉଦଘାଟନ କରିବାପରେ, ତ୍ରିପୁରା ବିଶ୍ଵବିଦ୍ୟାଳୟ ପକ୍ଷରୁ ନାଟକ ବିଖ୍ୟାତ ବିଜୟମ୍, ଦରଭଙ୍ଗା ବିହାର ବିଶ୍ଵବିଦ୍ୟାଳୟ ପକ୍ଷରୁ ନାଟକ ପାରିଜାତ ହରଣମ୍,ମେଦିନାପୁର ପଶ୍ଚିମବଙ୍ଗ ପକ୍ଷରୁ ନାଟକ ଲଳିତ ମାଧବମ୍ ଓ ସଦାଶିବ ପରିସର ପକ୍ଷରୁ ନାଟକ କୃଷ୍ଣ କୁତୁହଳମ୍ ମଞ୍ଚସ୍ଥ ହୋଇଥିଲା। ଏଥିରେ ବିଚାରକ ଭାବେ ବିଶିଷ୍ଟ ଚଳଚିତ୍ର ଅଭିନେତା ଅଶ୍ରୁମୋଚନ ମହାନ୍ତି,ରାଜ୍ୟ ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାରପ୍ରାପ୍ତ ଗୀତିକାର ଓ ନାଟ୍ୟକାର ବଦ୍ରି ମିଶ୍ର ଓ ବିଶିଷ୍ଟ ନାଟ୍ୟ ଗବେଷକ ସୂର୍ଯ୍ୟମଣି ରଥ ବିଚାରକ ଭାବେ ଯୋଗ ଦେଇଥିବା ବେଳେ , ପ୍ରଫେସର ଶମ୍ଭୁନାଥ ମହାଳିକ ଓ ଅଧ୍ୟାପକ ଜୀତେନ୍ଦ୍ର କୁମାର ରାୟଗୁରୁ ଙ୍କ ପରିଚାଳିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ବିଶ୍ଵନାଥ ମିଶ୍ର, ଧର୍ମେନ୍ଦ୍ର କୁମାର ସିଂହଦେଓ ଓ ସୁବ୍ରତ ଷଡ଼ଙ୍ଗୀ ସଞ୍ଚାଳନ କରିଥିଲେ। ଆଗାମୀ ଫେବୃଆରୀ ରେ ପୁରୀ ରେ ସର୍ବଭାରତୀୟ ରୂପକ ମହୋତ୍ସବ କରାଯିବାର ବ୍ୟବସ୍ଥା କରାଯାଇଛି।
Related Stories
November 25, 2024