ମାଲକାନଗିରି,ମାଲକାନଗିରି ଜିଲ୍ଲାର ଗଣପର୍ବ ‘ବଡ ଯାତ୍ରା’ ଆସନ୍ତା ମାର୍ଚ୍ଚ ମାସ ୪ ତାରିଖ ଠାରୁ ମାଲକାନଗିରିରେ ୪ ଦିନ ଧରି ଅନୁଷ୍ଠିତ ହେବ ବୋଲି ଆଜି ମାଲକାନଗିରି ତହସିଲଦାରଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ବଡ ଯାତ୍ରାରେ ମୁଖ୍ୟ ପୂଜକ ସୂଚନା ଦେଇଛନ୍ତି।
ନିଷ୍ପତ୍ତି ଅନୁଯାୟୀ, ଫେବ୍ରୁଆରୀ ୭ ତାରିଖ ଦିନ ପ୍ରଥମେ ମାଲକାନଗିରିରେ ଏକ ମାସ ଧରି ଅନୁଷ୍ଠିତ ହେଉଥିବା କାନମରାଜୁ, ବାଲରାଜୁ ଓ ପୋତରାଜୁଙ୍କୁ ଏହି ମହାନ ବଡ ଯାତ୍ରା ପୂଜା କରାଯିବ। ଆସନ୍ତା ଫେବୃଆରୀ ୭ ତାରିଖ ଦିନ ପ୍ରଥମେ ପୂଜାରୀ ମାନେ ମାଲକାନଗିରି ଠାରୁ ମାନ୍ୟମକୋଣ୍ଡା ଗମନ କରିବେ ଏବଂ ଆଗାମୀ ଫେବ୍ରୁଆରୀ ୨୭ ତାରିଖ ଦିନ ମାନ୍ୟମ କୋଣ୍ଡା ଓ ଆନ୍ଧ୍ରପ୍ରଦେଶର ପୋଲେରୁରେ ସ୍ନାନ ସାରି କାଲିମେଳା ଦେଇ ମାର୍ଚ୍ଚ ୪ ତାରିଖ ଦିନ କନ୍ୟାମାଝୀ ବନ୍ଧରେ ଯାତ୍ରା ଆରମ୍ଭ ହେବା ସହ ୫ ତାରିଖରେ ମାଣ୍ଡିଆ ଭଟା, ୬ ତାରିଖରେ ମାଉଳି ମା ଓ ୭ରେ ଯାତ୍ରା ଶେଷ ହେବ। ତେବେ ୪ ଦିନ ଧରି ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ଭକ୍ତ ମାନେ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ ସେଥି ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯିବା ନେଇ ଆଜି ମୁଖ୍ୟ ପୂଜାରୀ ବିନୟ ଶତପଥୀ ଓ ରାଜୁ ପୂଜାରୀଙ୍କ ସହ ଆଲୋଚନା କରାଯାଇଥିଲା।