ବଲାଙ୍ଗିର, ଆଜି ଆଦର୍ଶ ପଡା ସମାଜ ଗୃହ ଠାରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କନ୍ଧପାଲି (ରାଜେନ୍ଦ୍ର ଯୁବକ ସଂଘ ଦ୍ଵାରା ସଂଯୋଜିତ) ତରଫରୁ ଏକ ଅଣ ସଂକ୍ରାମକ ରୋଗ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ସ୍ବାସ୍ଥ୍ୟ ଶିବିରରେ ମାଗଣାରେ ଔଷଧ, ରକ୍ତ ପରୀକ୍ଷା ଓ ଡାକ୍ତର ପରାମର୍ଶ ଇତ୍ୟାଦି ସେବା ଯୋଗାଇ ଦିଆଯାଇଥିଲା। ଏଥିରେ ୧୭୦ ରୁ ଉର୍ଦ୍ଧ ସ୍ଥାନୀୟ ଲୋକ ସ୍ବାସ୍ଥ୍ୟସେବା ଲାଭ କରିଥିଲେ । ଏହି ସ୍ବାସ୍ଥ୍ୟ ଶିବିରକୁ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଅଫିସରୁ ଅତିରିକ୍ତ ଯୋଜନା ପରିଚାଳକ ରାମାନୁଜ ପଣ୍ଡା ଓ ୟୁ ଡି ଏମ ଅନିଲ କୁମାର ମହାକୁର ଆସି ତଦାରଖ କରିଥିଲେ।
ଉକ୍ତ ଶିବିରରେ ଡାକ୍ତର ନନ୍ଦକିଶୋର ପାଢ଼ୀଙ୍କ ସମେତ ଡାକ୍ତର ଶ୍ରେୟସ୍ ପାଣିଗ୍ରାହୀ ଦାନ୍ତ ଓ ମୁଖ ରୋଗ ବିଶେଷଜ୍ଞ, ଷ୍ଟାଫ ନର୍ସ ରାଧାକାନ୍ତ ନାଏକ, ସନ୍ତୋଷିନି କରନ୍, ଫର୍ମାସିଷ୍ଟ ମୁକେଶ ରଣା, ଏଲ୍ ଟି ପ୍ରମୋଦ କୁମାର ଥାନପତି, ସୁମନ ଭାଟି, ସଗିର ମହମ୍ମଦ, ମାନସ ହୋତା, ସ୍ଵରଜିତ ଶତପଥୀ, ସ୍ଥାନୀୟ ଆଶା ଦିଦି, ଏ ଏନ ଏମ ଦିଦି ପ୍ରମୁଖ ସହଯୋଗ କରିଥିଲେ । ଜାଗ୍ରତ ପାଣିଗ୍ରାହୀ ଏହି ସ୍ବାସ୍ଥ୍ୟ ଶିବିରକୁ ପରିଚାଳନା ଓ ତଦାରଖ କରିଥିଲେ।