ଭୁବନେଶ୍ୱର, ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜରଦାରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଅତ୍ୟନ୍ତ ଅସଭ୍ୟ ମନ୍ତବ୍ୟ ଦେଇଥିବାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟୀର କାର୍ଯ୍ୟକର୍ତା ମାନେ ଭୁବନେଶ୍ୱର ଠାରେ ରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ପାର୍ଟି କାର୍ଯ୍ୟାଳୟରୁ ବାହାରି ରାମ ମନ୍ଦିର ଛକ ନିକଟରେ ଏହାର ପ୍ରତିବାଦ କରି ବିଲାୱଲଙ୍କ କୁଶପୁତଳିକା ଦାହ କରିଛନ୍ତି । ଏହି ସମୟରେ ବିଜେପି କାର୍ଯକର୍ତା ମାନେ ବିଲାୱଲଙ୍କ ବିରୁଦ୍ଧରେ ନାରାବାଜୀ କରିଥିବା ଦେଖିବାକୁ ମିଳିଥିଲା ।
ଉଲ୍ଲେଖନୀୟ ଯେ ଜାତିସଂଘ ବୈଠକରେ ଭାଗ ନେବାକୁ ଯାଇଥିବା ବିଲାୱଲ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଅସଭ୍ୟ ଟିପ୍ପଣୀ କରିଥିଲେ । ଏହାର ପ୍ରତିବାଦରେ ବିଜେପି କାର୍ଯକର୍ତା ମାନେ ଗତ କାଲି ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ସାମନାରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ବକ୍ତବ୍ୟର ପ୍ରତିବାଦରେ ସାରା ଦେଶରେ ବିଜେପି ଏଭଳି ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ କରୁଛି ।