ଭୁବନେଶ୍ୱର,ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗଜପତି ଜିଲ୍ଲାରକ ରାୟଗଡ଼ ପଞ୍ଚାୟତ ସମିତିର ସହକାରୀ ଯନ୍ତ୍ରୀଙ୍କ ଚଢାଉ କରିଥିବା ଜଣା ପଡିଛି । ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ । ଯନ୍ତ୍ରୀଙ୍କ ଘର ସମେତ ଗଜପତି ଓ ଗଂଜାମ ଜିଲ୍ଲାରେ ମୋଟ ଏକକାଳୀନ 4 ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି।
ଚଢାଉରେ ଜଣେ ଏଏସପି, 5ଜଣ ଇନିସ୍ପେକ୍ଟର, 2ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଥିବା ଜଣାପଡିଛି। ଚଢାଉ ଜାରୀ ରହିଥିବାରୁ ଏ ସମ୍ପର୍କରେ ସମ୍ପୂର୍ଣ ବିବରଣୀ ମିଳି ପାରି ନାହିଁ ।