-
ଯୋଗ ଦେଲେ କେନ୍ଦ୍ର ମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲ
ଭୁବନେଶ୍ୱର, ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଭାରତୀୟ ଜନତା ପାର୍ଟି ତାର ସଂଗଠନକୁ ଦୃଢ କରିବା ସହ ପ୍ରସ୍ତୁତିକୁ ଜୋରଦାର କରିବାର ପ୍ରୟାସ ଆରମ୍ଭ କରିଛି । ଏହି କ୍ରମରେ ଆଜି ଭାରତୀୟ ଜନତା ପାର୍ଟିର ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଏବଂ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂସଲ ଯୋଗ ଦେଇଛନ୍ତି ।
ଏହି ବୈଠକରେ ପାର୍ଟୀର ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମର, ପାର୍ଟୀର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ କେନ୍ର୍ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ପାର୍ଟୀର ରାଜ୍ୟ ସଭାପତି ସମୀର ମହାନ୍ତି, ପାର୍ଟୀର ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସମେତ ରାଜ୍ୟ ପଦାଧିକାରୀ ମାନେ ଯୋଗ ଦେଉଛନ୍ତି ।