ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଶନିବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ସାପ କାମୁଡ଼ାରେ ମାମୁ, ଭାଣିଜୀଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ବ୍ଳକ ଅନ୍ତର୍ଗତ ଚାଲାଣଗୁଡା ଗ୍ରାମପଞ୍ଚାୟତର ମାଶାଗୁଡା ଗ୍ରାମର ଗଙ୍ଗା ଦୁରୁଆ ଓ କମଳା ଦୁରୁଆ ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଏକ ନାଗ ସାପ ଦୁଇ ଜଣଙ୍କୁ କାମୁଡିଥିଲା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମାମୁଙ୍କ ମୃତ୍ୟୁ ଘଟିଥିବା ବେଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଭାଣିଜୀଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି।