
ରାଉରକେଲା, ରାଉରକେଲା ମହାନଗର ନିଗମକୁ ଜିଲ୍ଲା ଖଣିଜ ପାଠିଂରୁ ୩ ବର୍ଷ ତଳେ ଆସିଥିବା ୭୦ ଖଣ୍ଡ ବସ ର କିଛି ଦିନ ହେଲା ଖୋଜ ଖବର ମିଳୁନି, ଆରଏମସିର ଟ୍ରାନ୍ସପୋର୍ଟ ବିଭାଗ କହୁଛି ଏନେଇ ଆମେ କିଛି ଜାଣିନୁ, ହେଲେ ବସ ସବୁ ଗଲା କୁଆଡେ ସେନେଇ ଜିଲ୍ଲାପ୍ରଶାସନ ଉତର ରଖିପାରୁ ନଥିବା ବେଳେ ପୁଣି ୧୦୦ ଖଣ୍ଡ ବସ ସହରକୁ ମୋ ବସ ଯୋଜନାରେ ଆସିବାକୁ ଯାଉଥିବା ଖବର ମିଳିଛି ।
ଅନୁସନ୍ଧାନରୁ ଜଣାପଡିଛି ଯେ, ରାଉରକେଲାରୁ ଗ୍ରାମାଂଚଳ ଲାଗି ଯାତାୟତ ନେଇ ୩ ବର୍ଷ ତଳେ ଜିଲ୍ଲା ଖଣିଜ ପାଠିଂରୁ ୭୦ ଖଣ୍ଡ ବସ ମହାନଗର ନିଗମକୁ ପ୍ରଦାନ କରାଯାଇଥିଲା । ଏହି ସବୁ ବସ ସହରରୁ ବିଭିନ୍ନ ଗ୍ରାମାଂଚଳକୁ ଯାତାୟତ କରୁଥିଲା, ଲୋକେ ଏଥିରେ ଉପକୃତ ମଧ୍ୟ ହେଉଥିଲେ, ହେଲେ ଗତ କିଛିଦିନ ହେଲା ସେହି ସବୁ ବସ କୁଆଡେ ଗଲା ତାର ଖୋଜ ଖବର ମିଳୁନାହିଁ । ଏନେଇ ଆରଟିଆଇରେ ତଥ୍ୟ ମଗାଜିବାରୁ ଆରଏମସି କହୁଛି ତା ନିକଟରେ ଏନେଇ କିଛି ଖବର ନାହିଁ , ତେବେ କୋଟି କୋଟି ଟଙ୍କାର ଏହି ବସ ସବୁ କୁଆଡେ ଗଲା, ଏହା ଦାୟିତ୍ଵରେ କିଏ ଥିଲେ ଯଦି ଡିଏମଏଫ ବସ ଦେଇଛି ସେ ସବୁ ଚାଲୁଥିଲା ତେବେ ହଠାତ ଏଭଳି ଉଭାନ କେମିତି ହୋଇଗଲା ବୋଲି ପ୍ରଶ୍ନ ହେଉଛି । ଖବରରୁ ଜଣାପଡିଛି ଯେ, ସେତେବେଳେ ବସ ପିଛା ପ୍ରାୟ ୩୦ ଲକ୍ଷ ହିସାବରେ ୭୦ ଖଣ୍ଡ ବସ ଲାଗି ପ୍ରାୟ ୨୧ରୁ ୨୨ କୋଟି ବିନିଯୋଗ ହୋଇଥିଲା, ପରେ କିଛିଦିନ ଏସବୁ ବସ ଚାଲିବା ପରେ ରାଉରକେଲାର ଜଣେ ବସ ମାଲିକଙ୍କୁ କୁଆଡେ ଏସବୁ ବସ ଚଲାଇବା ଲାଗି ଦିଆଯାଇଥିଲା, ସେଥିଲାଗି ତାଙ୍କୁ୍ ଆରଏମସିରୁ ଅର୍ଥ ପ୍ରଦାନ କରାଯାଉଥିଲା । ଏହି ସବୁ କାରବାର ଆରଏମସିରେ ଥିବା ପିଏମୟୁ ୟୁନିଟ ବୁଝାସୁଝା କରୁଥିଲା । ଏହି ୟୁନିଟକୁ ଏଠାରେ କିଛି ଆଇଏଏସ ବାବୁ ମାନଙ୍କୁ କରିବା ଲାଗି ରଖାଜିବା ସହ ଆରଏମସିରେ ହେଉଥିବା ବିଭିନ୍ନ କାମରେ ଏହି ୟୁନିଟର କାର୍ଯ୍ୟ ସନ୍ଦେହଘେରରେ ରହିଛି । କୌଣସି ଆବଶ୍ୟକତା ନଥାଇ କେବଳ କିଛି ବାବୁ ମାନଙ୍କ ମନ ରଖିବା, ଭିତିରି କାରା, କିଛି ବାବୁଙ୍କୁ ବାର କ୍ଲବରେ ମଜା ଦେବା ଓ ଚୁଗୁଲି ଲାଗି ଏହି ୟୁନିଟ ଏଠାରେ ରଖାଜିବା ସହ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରାଯାଉଥିବା କୁହାଯାଉଛି । ଏବେ ବସ ଯୋଜନା କଥାରେ ମଧ୍ୟ ଏହି ୟୁନିଟ କଥା ଆସିଲାଣି, ହେଲେ ବାବୁ ମାନେ ଏନେଇ ପୁରା ନିରବ ଥିବା ବେଳେ ରାଉରକେଲା ଭିଜିଲାନ୍ସ ଏ ଦିଗରେ ତଦନ୍ତ କରିବାକୁ ଦାବି ହେଉଛି ।