କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,
ଶ୍ରୀମନ୍ଦିରରେ ଆଜି ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇଛି ।
ଏଥିପାଇଁ ପୂର୍ବ ରାତ୍ର ପହୁଡ – ୧୨.୫୦(ରାତ୍ର), ଦ୍ୱାରଫିଟା – ୦୩.୦୫, ଭିତରଶୋଧ – ୦୩.୩୫,ମଙ୍ଗଳଆଳତି – ୦୩.୪୦, ମଇଲମ – ୦୩.୪୫,ରୋଷହୋମ – ୦୪.୦୦, ତଡ଼ପଲାଗି – ୦୪.୨୦, ମଇଲମ – ୦୫.୦୦, ଅବକାଶ-୦୪.୪୦ ରୁ ୦୪.୫୫, ସୂର୍ଯ୍ୟପୂଜା – ୦୫.୩୫,ବେଶଶେଷ – ୦୫.୫୫,ଦ୍ୱାରପାଳ ପୂଜା – ୦୫.୫୫,ଗୋପାଳ ବଲ୍ଲଭ ଓ ପହିଲି ଭୋଗ ଡାକିଗଲା-୦୬.୨୦,ପହିଲି ଭୋଗ ଛେକ -୦୬.୩୦,ପହିଲି ଭୋଗ ଶେଷ -୦୬.୫୦,ପହିଲି ଭୋଗ ପୂଜା -୦୬.୪୦ ନିତୀ ହୋଇଥିଲା |
ଏହି ଭୋଗରେ ପ୍ରଭୁଙ୍କ ନିକଟରେ ବିଭିନ୍ନ ପ୍ରକାର ପିଠା ଭୋଗ କରାଯିବାର ଵିଧି ରହିଛି।ପ୍ରତ୍ୟେକ ବର୍ଷ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଏହି ପହିଲି ଭୋଗ ନୀତି ଅନୁଷ୍ଠିତ ହୋଇଥାଏ। ଲୋକକଥା ଅନୁଯାୟୀ ପୌଷ ମାସରେ ମହାଲକ୍ଷ୍ମୀ ବାପଘରକୁ ବିଜେ କରିଥାନ୍ତି। ତେଣୁ ମା’ ଯଶୋଦା ପ୍ରତ୍ୟୁଷରୁ ଘିଅ,ବିରି, ଚାଉଳ, ଗୁଡ଼ରେ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ପିଠା ପ୍ରସ୍ତୁତ କରି ଶ୍ରୀବଳଭଦ୍ର ଏବଂ ଶ୍ରୀଜଗନ୍ନାଥ ଙ୍କୁ ଖାଇବାକୁ ଦେଇଥାନ୍ତି |
Related Stories
November 25, 2024