-
ଗୁରୁକୂଳ ପାଇଁ ବିର୍ଲା ଏଜୁକେସନ ସହ ବୁଝାମଣା ସ୍ବାକ୍ଷରିତ,
-
୨୦୨୩ ଜାନୁୟାରୀ ୧ରୁ ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ ନିଷିଦ୍ଧ-ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ,
ପୁରୀ ,ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସମ୍ପୂର୍ଣ୍ଣ ହୋଇଛି । ସେବାୟତ ପିଲାଙ୍କ ପାଇଁ ଗୁରୁକୂଳ ନେଇ ବିର୍ଲା ଏଜୁକେସନ ସହ ବୁଝାମଣା ସ୍ବାକ୍ଷରିତ ହୋଇଛି। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରେ ୪ହଜାର ହେକ୍ଟରରୁ ୩,୬୦୦ ହେକ୍ଟରରେ ବୃକ୍ଷରୋପଣ ହୋଇଛି। ପରିଚାଳନା କମିଟି ସଦସ୍ୟ ଯାଇ ସେଠାରେ ବନିକରଣର ସ୍ଥିତି ଅନୁଧ୍ୟାନ କରିବେ । ମହାପ୍ରଭୁଙ୍କ ନାଁରେ ଥିବା ୧୬୦୦ ଏକର ଜଙ୍ଗଲ ଜମିରେ ରଥ କାଠ ପାଇଁ ବୃକ୍ଷ ରୋପଣ କରାଯିବ।
ପ୍ରମୋଦ ଉଦ୍ୟାନ ଓ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପାଇଁ ଯୋଜନା ପ୍ରସ୍ତୁତ। ଟେଣ୍ଡର ପରେ ଯୋଜନା କାର୍ଯ୍ୟକାରୀ ହେବ। ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମ୍ ମରାମତି ୨୦୨୩ ଏପ୍ରିଲ ପୂର୍ବରୁ ସରିବ ବୋଲି କୁହାଯାଇଛି। ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ (ଏଜିଟି)ନିର୍ଦ୍ଦେଶ ନେଇ ଅପିଲରେ ପରିଚାଳନା କମିଟି ଯିବ। ୨୦୨୩ ଜାନୁୟାରୀ ୧ରୁ ଶ୍ରୀମନ୍ଦିରରେ ସ୍ମାର୍ଟ ଫୋନ ନିଷିଦ୍ଧ ହେବ।ସେବାୟତ ଶ୍ରୀମନ୍ଦିର ସିଂହଦ୍ବାର ଓ ଦକ୍ଷିଣ ଦ୍ବାର ପାଖରେ ହୋଇଥବା ୨ଟି କେନ୍ଦ୍ରରେ ମୋବାଇଲ ଜିମା ଦେବେ ।ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି। ଏହି ବୈଠକ ଗଜପତି ମହାରାଜ ଦିବ୍ୟସିଂହ ଦେବ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା | ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ପୁରୀ ଆରକ୍ଷୀ ଅଧିକ୍ଷକ ଡ଼ କନୱାର ଵିଶାଲ ସିଂ ଏବଂ କମିଟି ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ |