କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଶ୍ରୀଜଗନ୍ନାଥ ସେନା କେନ୍ଦ୍ରୀୟ କାର୍ଯ୍ୟାଳୟ, ପୁରୀ ତରଫରୁ ବିଭିନ୍ନ ଦାବୀ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଛି ଶ୍ରୀଜଗନ୍ନାଥ ସେନା |ଉକ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ପୁରୀବାସୀଙ୍କୁ ଚାରି ଦ୍ୱାର ଦେଇ ପ୍ରବେଶ ପାଇଁ ଅନୁମତି ମିଳୁ ,ପ୍ରତ୍ୟେହ ଦର୍ଶନ ସହିତ ସ୍ଥାନୀୟ ବାସିନ୍ଦା ଶ୍ରୀମନ୍ଦିର ରୁ ମହାପ୍ରସାଦ ଆଣିବା ସହିତ ମନ୍ଦିରକୁ ଫୁଲ ତୁଳସୀ ନେଇ ମହାପ୍ରଭୁଙ୍କ ଉଦେଶ୍ୟରେ ପ୍ରଦାନ କରିଥାନ୍ତି |ଆଗରୁ ପୁରୀବାସୀ ଚାରିଦ୍ୱାର ଦେଇ ପ୍ରବେଶ କରୁଥିଲେ ହେଲେ କରୋନା ପରଠାରୁ ଏହା ବନ୍ଦ ରହିଛି | ପଶ୍ଚିମ ଦ୍ୱାର ଦେଇ ଯାତ୍ରୀ ମାନଙ୍କ ସହିତ ଲାଇନ ଲଗାଇ ଯିବା ଦ୍ୱାରା ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି |ପୁନର୍ବାର ପୁରୀବାସୀଙ୍କୁ ଚାରି ଦ୍ୱାର ପ୍ରବେଶ ଅନୁମତି ମିଳୁ |ଏଥି ସହିତ ରତ୍ନ ଭଣ୍ଡାର ମରାମତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୋହିନୁର ହୀରା ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଉ, ଏମାର ମଠର ୫୨୨ ରୂପା ଇଟା ତୁରନ୍ତ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ଅଣାଯାଉ,ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କର ଧର୍ମ ସଂସ୍କୃତି ଓ ପରମ୍ପରା ତଥା ପବିତ୍ରତା କୁ ନଷ୍ଟ କରୁଥିବା ବ୍ୟକ୍ତି ଵା ଅନୁଷ୍ଠାନ ବିରୁଦ୍ଧରେ କଠୋର ଆଇନ ପ୍ରଣୟନ ହେଉ |ସିଂହଦ୍ୱାର ଠାରେ ଦଶ ଅବତାର ମୂର୍ତ୍ତି ତୁରନ୍ତ ସ୍ଥାପନ କରାଯାଉ, କାହା ଅନୁମତିରେ ଶ୍ରୀଜଗନ୍ନାଥ ଙ୍କ ଦୋଳ ବେଦି ଭଙ୍ଗା ହେଲା ଜବାବ ଦିଅନ୍ତୁ |ଜାନୁଆରୀ ୩୧ ରାତ୍ରି ଅଧାରୁ ମହାପ୍ରଭୁଙ୍କୁ ଅଯଥା ନିଦରୁ ନଉଠା ଯାଉ କାରଣ ଇଂରାଜୀ ନୂଆବର୍ଷ ଅମର ପର୍ବ ନୁହେଁ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରବେଶ ସମୟରେ ମଦ୍ୟ ପାନ ପରୀକ୍ଷା କରି ଶ୍ରୀମନ୍ଦିରକୁ ଛଡା ଯାଉ,ପରିକ୍ରମା ପ୍ରକଳ୍ପ ନିର୍ମାଣ କାରୀ ସଂସ୍ଥା ର ମୂର୍ଖାମୀ ଓ ମନମୁଖୀ କାର୍ଯ୍ୟ ଯୋଗୁଁ ଶ୍ରୀମନ୍ଦିର ରେ ଫାଟ ସୃଷ୍ଟି ହେଉଥିବାରୁ ଏହାର ବିହିତ ପଦକ୍ଷେପ ନିଆ ଯାଇ ଦଣ୍ଡ ବିଧାନ ହେଉ କାରଣ ଶ୍ରୀମନ୍ଦିର ସୁରକ୍ଷା ଆମର ପ୍ରାଥମିକତା ଅଟେ ବୋଲି ଶ୍ରୀଜଗନ୍ନାଥ ସେନା କେନ୍ଦ୍ରୀୟ କାର୍ଯ୍ୟାଳୟ, ପୁରୀ ତରଫରୁ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି |
Related Stories
November 25, 2024