ଗଂଜାମ,ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ପରିସରରେ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସମୟରେ ଖାଦ୍ୟସାର ଅଭାବରୁ ଗରୀବ ଶ୍ରେଣୀର ଟିବି ରୋଗୀ ମାନେ ସମସ୍ୟାରେ ପଡୁଥିବାରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ଅକ୍ଟୋବର ମାସରେ ଟିବି ରୋଗୀ ମାନଙ୍କୁ ଏହି ସୁଷମ ଖାଦ୍ୟ ବଣ୍ଟନ ଯୋଜନା ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ଅଞ୍ଚଳର ପଚାଶ ଜଣ ଟିବି ରୋଗୀଙ୍କୁ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ନିଜସ୍ଵ ଅର୍ଥରେ ଭିଟାମିନ ଯୁକ୍ତ ଖାଦ୍ୟ ବଣ୍ଟନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଯକ୍ଷ୍ମା ମୁକ୍ତ ଭାରତ କରିବା ଦୌଡ଼ରେ ଆମେ ଏକ ଛୋଟିଆ ପ୍ରୟାସ କରିଛୁ ବୋଲି କହିଛନ୍ତି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ।
ଏହି କାର୍ଯ୍ୟକ୍ରମରେ କୋଦଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଏସଟିଏସ ଗୀତାରାଣୀ ପାଢ଼ୀ ଉପସ୍ଥିତ ରହି ଟିବି ରୋଗୀ ମାନଙ୍କୁ ସଚେତନ କରାଇବା ସହ ଯେପରି ଆଗାମୀ ଦିନରେ ସାରା କୋଦଳା ଏନଏସି ଏବଂ ବେଗୁନିଆପଡା ଅଞ୍ଚଳ କିପରି ସମ୍ପୂର୍ଣ ଟିବି ମୁକ୍ତ ହେବ ସେ ନେଇ ନିଜର ମତ ରଖିଥିଲେ। ଟିବି ମୁକ୍ତ ଭାରତ ଗଠନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି କାର୍ଯ୍ୟକ୍ରମକୁ ଆଧାର କରି ଦେଶକୁ ଟିବି ମୁକ୍ତ କରିବା ପାଇଁ ଏହି ପ୍ରୟାସରେ ସମସ୍ତ ରୋଗୀ ମାନଙ୍କୁ ସୁଷମ ଖାଦ୍ୟ ବଣ୍ଟନ ସହ ସମସ୍ତେ ନିରୋଗୀ ରୁହନ୍ତୁ ବୋଲି କହିଥିଲେ କାଉନଶିଳର ମଧୁସୂଦନ ଜେନା।
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ କୋଦଳା ଏନଏସି ର ସମସ୍ତ କାଉନସିଲର ଉପସ୍ଥିତ ଥିଲେ।