ଭୁବନେଶ୍ୱର – ଶ୍ୱେତ ବିପ୍ଲବର ଜନକ ଅମୂଲ୍ୟର ପ୍ରତିଷ୍ଠାତା, ଜାତୀୟ ଡ଼ାଏରୀ ଡ଼େଭଲପମେଣ୍ଟ ବୋର୍ଡ଼ର ପୂର୍ବତନ ଅଧ୍ୟକ୍ଷ ଡଃ ଭର୍ଗିିସ କୁରିଏନଙ୍କ ୯୮ତମ ଜୟନ୍ତୀ (୨୯୨୧-୨୦୧୨) ଆଜି ଓଡ଼ିଶା ଦୁଗ୍ଧ·ଷୀ ମହାସଂଘ ପକ୍ଷରୁ ପାଳିତ ହୋଇଯାଇଛି । ମହାସଂଘର ଅଧ୍ୟକ୍ଷ ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ମହାସଂଘର ଉପାଧ୍ୟକ୍ଷ ଦୁଃଶାସନ ମହାପାତ୍ର, ସମ୍ପାଦକ ନାରାୟଣ ଡ଼ାଳୁଆ, ·ଷୀନେତା ବିଜୟ ବେହେରା, ପ୍ରେମାନନ୍ଦ ସାମନ୍ତରା(ଗୁନା), ଦେବାଶିଷ ମହାପାତ୍ର, କଟକ ଦୁଗ୍ଧ·ଷୀ ମହାସଂଘ ନେତା ତରୁଣ କୁମାର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଭର୍ଗିସ୍ କୁରିଏନ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜ୍ୟର ଦୁଗ୍ଧ·ଷୀମାନଙ୍କର ଦାବୀ ପ୍ରତି ସମ୍ବେଦନଶୀଳ ହୋଇ ବହୁ ଦିନର ଦୁଗ୍ଧ ମୂଲ୍ୟ ବୃଦ୍ଧି ନେଇ ‘ଦୁଗ୍ଧ·ଷୀ ମହାସଂଘ’ ଯେଉଁ ଦାବୀ କରି ଆସୁଥିଲା ତାହାକୁ ବି·ରକୁ ନେଇ ରାଜ୍ୟ ସରକାର ଗତ ସେପ୍ଟେମ୍ବର ୨୮ ତାରିଖ ଦିନ ଲିଟର ପିଛା ୪ ଟଙ୍କା ବୃଦ୍ଧି କରିଥିବାରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ପ୍ରତି ମହାସଂଘ ପକ୍ଷରୁ ଗଭୀର କୃତଜ୍ଞତା ମଧ୍ୟ ଜ୍ଞାପନ କରାଯାଇଥିଲା । ଏହା ବ୍ୟତୀତ ରାଜ୍ୟର ଦୁଗ୍ଧ·ଷୀମାନଙ୍କର ଅନ୍ୟାନ୍ୟ ଦାବୀ ପ୍ରତି ସରକାର ବି·ର କରି ପଦକ୍ଷେପ ନେବାକୁ ଏହି ଅବସରରେ ଆଲୋଚନା କରାଯାଇଥିଲା । ଦାବୀଗୁଡ଼ିକ ମଧ୍ୟରେ ଗୋଖାଦ୍ୟର ଦରବୃଦ୍ଧି ରୋକିବା, ଗୋଖାଦ୍ୟରେ ଅପମିଶ୍ରଣ ବନ୍ଦ କରି ଗୁଣାତ୍ମକ ଗୋଖାଦ୍ୟ ଯୋଗାଇଦେବା, ·ରଣ ଭୂମିର ସୁରକ୍ଷା ଓ ପ୍ରାଥମିକ ଦୁଗ୍ଧ ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକମାନଙ୍କୁ ସମବାୟ କ୍ୟାଡ଼ରଭୁକ୍ତ କରାଗଲେ ଦୁଗ୍ଧ ଉତ୍ପାଦନ ଅଧିକ ବୃଦ୍ଧି ପାଇପାରିବ ବୋଲି ମତପ୍ରକାଶ ପାଇଥିଲା । ଅଧ୍ୟକ୍ଷ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ‘କୁରିଏନ୍’ଙ୍କର ଦୁଗ୍ଧ·ଷୀମାନଙ୍କୁ ସ୍ୱାବଲମ୍ବୀ କରି ଗ୍ରାମାଞ୍ଚଳର ଦାରିଦ୍ର୍ୟ ଦୂରୀକରଣରେ ତାଙ୍କର ବଳିଷ୍ଠ ଭୂମିକା ଉପରେ ଆଲୋକପାତ କରିଥିଲେ । ତାଙ୍କର ତ୍ୟାଗ ଯୋଗୁ ଗୁଜୁରାଟର ଦୁଗ୍ଧ·ଷୀମାନେ ଅତ୍ମନିର୍ଭରଶୀଳ ହେବା ସହିତ ‘ଅମୂଲ୍ୟ’ ଆଜି ବର୍ଷକୁ ୩୬ ହଜାର କୋଟି ଟଙ୍କା ବୈଦେଶିକ ମୁଦ୍ରା ଅର୍ଜନ କରୁଛି ବୋଲି ମତ ଦେଇଥିଲେ । ରାଜ୍ୟ ସରକାର ଦୁଗ୍ଧ·ଷୀଙ୍କୁ ଅଧିକ ପ୍ରୋତ୍ସାହନ ଓ ବିନା ସୁଧରେ ଗୋ-ଋଣ ପ୍ରଦାନ କଲେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବ ବୋଲି ସେ ମତ ଦେଇଥିଲେ । ଶେଷରେ ଦେଶପ୍ରିୟ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
November 22, 2024