ବାରିପଦା, ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ । ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଜାତୀୟ ରାଜପଥ ନଂ ୧୮ର କୁଳିଅଣା ବାଲିମୁଣ୍ଡୁଳି ଛକରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତି କରାଯାଇଛି ।
ଆଜି ସକାଳେ ଗୌରି ନାମକ ଏହି ଯାତ୍ରୀବାହୀ ବସ୍ ଟି ପ୍ରାୟ ୫୦ ଜଣ ଯାତ୍ରୀଙ୍କୁ ନେଇ କରଞ୍ଜିଆରୁ ବାରିପଦା ଅଭିମୁଖେ ଆସୁଥିଲା । ଏହି ସମୟରେ ବାଲିମୁଣ୍ଡୁଳି ଛକରେ ବସ୍ ଟି ବାଲିମୁଣ୍ଡୁଳି ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜରେ ଭର୍ତି କରାଯାଇଛି । ବସ୍ ଚକା ବାହାରିଯିବା ଯୋଗୁ ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।