ଭୁବନେଶ୍ୱର, ପଦମପୁରର ଉପନିର୍ବାଚନ ଫଳାଫଳ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୀକ୍ଷା ବୈଠକରେ ଯୋଗ ଦେବା ପାଇଁ ଗୁରୁବାର ନବୀନ ନିବାସରେ ଦଳର ବରିଷ୍ଠ ନେତାମାନେ ପହଂଚିଥିଲେ । ବୈଠକରେ ପଦମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କେମିତି ପୂରଣ ହେବ, ତା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି । ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି, ସେ ସବୁ ପାଳନ କରାଯିବ । ପଦ୍ମପୁର ଓ ସେଠାକାର ଲୋକଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ପଦମପୁର ଯାଇ ବିକାଶ କାର୍ଯ୍ୟର ତଦାରଖ କରିବେ ।
ସମୀକ୍ଷା ବୈଠକ ସମ୍ପର୍କରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ପଦ୍ମପୁର ଯିବେ । ବିକାଶ କାମ ଦେଖିବେ ।କିନ୍ତୁ ତାରିଖ ସ୍ପଷ୍ଟ ହୋଇନାହିଁ । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।
ସେହିପରି ପ୍ରଦୀପ ମାଝୀ କହିଛନ୍ତି ପଦ୍ମପୁର ମଡେଲରେ ଆଗକୁ ନିର୍ବାଚନ ଲଢ଼ିବୁ । ସବୁ ନିର୍ବାଚନ ମଣ୍ଡଳୀରେ ଏହି ମଡେଲ ଲାଗୁ କରାଯିବ । ୨୪ ନିର୍ବାଚନ ପାଇଁ ଲୋକଙ୍କ ଲାଗି ଅଧିକ କାମ କରିବୁ ବୋଲି କହିଛନ୍ତି ମନ୍ତ୍ରୀ ନବ ଦାସ ।