ଭୁବନେଶ୍ୱର, ଭୁବନେଶ୍ୱରରେ ମଶା ମାରିବା ପାଇଁ ଡ୍ରୋନ୍ ନିୟୋଜିତ କରିବ ବିଏମସି । ଡ୍ରୋନ ମାଧ୍ୟମରେ ମଶା ମାରିବା ପାଇଁ କେମିକାଲ ସ୍ପ୍ରେ କରାଯିବ । ଗାଡି ଯାଇ ପାରୁ ନଥିବା ତଥା ଅବ୍ୟବହୃତ ଅଂଚଳରେ ମଶାକୁ ଦମନ କରିବା ପାଇଁ ଡ୍ରୋନ ବ୍ୟବହାର କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।
ଏଥିସହ ମଶା ଧୂଆଁ ଗାଡି ସଂଖ୍ୟା ମଧ୍ୟ ବଢାଇ ଦିଆଯିବ । ଅଧିକ ମଶାବଂଶ ବୃଦ୍ଧି ହେଉଥିବା ଅଂଚଳରେ ଟେକନିକାଲ ଟିମ୍ ସର୍ଭେ କରିବ । ଘାସ ଓ ବୁଦା କାଟିବା ପାଇଁ ଅଧିକ ଟିମ୍ ବଢାଯିବ ବୋଲି ସୂଚନା ମିଳିଛି ।