ଭୁବନେଶ୍ୱର, ଆନନ୍ଦ ଟପୋ ମୃତ୍ୟୁ ମାମଲାରେ ଗୁରୁବାର ଡିସିପିଙ୍କୁ ଭେଟିଛନ୍ତି ପରିବାର ଲୋକେ । ମୃତ ଆନନ୍ଦଙ୍କ ବାପା, ମା ଓ ଭାଇ ନ୍ୟାୟ ମିଳିବା ଆଶା ରଖିଛନ୍ତି । ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦେଶ ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । ମାମଲାରେ ସମ୍ପୃକ୍ତ ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ପାହ୍ୟାର ଅଧିକାରୀ ହୋଉଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପୁଲିସ ପଛଘୁଂଚା ଦେଉଛି । ଘଟଣା ଦିନ ବୀରେନ୍ଦ୍ର ଲାକ୍ରା ହିଁ ଘରକୁ ଫୋନ କରି ଖବର ଦେଇଥିଲେ, କିନ୍ତୁ ଘଟଣା ପରଠୁ ସେ ଫେରାର ଥିଲେ ବୋଲି ଆନନ୍ଦ ଟପୋଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।
ସୂଚନା ଥାଉକି, ଗତ ଫ୍ରେବୁଆରି ୧୨ତାରିଖରେ ଇନଫୋସିଟି ଥାନା ଅଂଚଳରେ ଥିବା ଏକ ଫ୍ଲାଟ୍ ରୁ ଆନନ୍ଦଙ୍କର ଝୁଲନ୍ତା ମୃତଦେହ ଜବତ କରିଥିଲା । ତାଙ୍କ ପୁଅକୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ ଆନନ୍ଦଙ୍କ ବାପା । ମାମଲାରେ ବୀରେନ୍ଦ୍ରଙ୍କ ସମ୍ପୃକ୍ତି ନେଇ ପରିବାର ଲୋକ ଅଭିଯୋଗ କରିଥିଲେ ହେଁ ପୋଲିସ୍ ମାମଲା ରୁଜୁ କରିନଥିଲା । ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଡିସିପି ମାମଲାର ତଦନ୍ତ ଆରମ୍ଭ କରିଥିଲେ ।