ପୁରୀ ,ବ୍ରହ୍ମଗିରି ବ୍ଲକ ତରମାଳ ପଞ୍ଚାୟତରେ ପୂର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ କରକମଳରେ 24 ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂଆପଡ଼ା ଠାରୁ ବାଲିଘାଇ ଶଙ୍ଖ ପର୍ଯ୍ୟନ୍ତ କେନାଲ ରାସ୍ତାର ଜଳସମ୍ପଦ ବିଭାଗ ଦ୍ବାରା ଉନ୍ନତି କରଣ, 35 ଲକ୍ଷ ବ୍ୟୟ ବରାଦରେ ତଳକୋକଲ କଲ୍ୟାଣ ମଣ୍ଡପ, 10 ଲକ୍ଷ ବ୍ୟୟ ବରାଦରେ ତରମାଳ ବ୍ରିଜ ଛକ ହାଟର ନୂତନ ଗୃହ, 7.5 ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂଆପଡ଼ା ବଡ଼ପୋଖରୀର ପଞ୍ଚାୟତ ରାଜ ବିଭାଗ ଦ୍ଵାରା ଉନ୍ନତିକରଣ ଏବଂ 7 ଲକ୍ଷ ଟଙ୍କା ବ୍ୟୟ ବରାଦରେ ନୂଆପଡ଼ା ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି।ଏଥି ସହିତ
ଘଟକୂଦି ପଞ୍ଚାୟତରେ 35 ଲକ୍ଷ ଟଙ୍କା ବ୍ୟୟ ବରାଦରେ ପଞ୍ଚାୟତ ଭବନ ଓ 35ଲକ୍ଷ ବ୍ୟୟ ବରାଦରେ କଲ୍ୟାଣ ମଣ୍ଡପ, 56 ଲକ୍ଷ ଟଙ୍କା ବ୍ୟୟ ବରାଦରେ ଘଟକୂଦି ସେତୁ ଛକରୁ ଚାଇଗେଣିଆ ଗ୍ରାମ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ରତ୍ନଚିରା ଡାହାଣ ପାର୍ଶ୍ୱରାସ୍ତାର ଉନ୍ନତି କରଣ ଏବଂ 43 ଲକ୍ଷ ଟଙ୍କା ବ୍ୟୟ ବରାଦରେ କୃଷ୍ଣସରଣପୁର ଗ୍ରାମଠାରୁ ମା ଉତ୍ତରାୟଣି ପିଠ ପର୍ଯ୍ୟନ୍ତ ଜଳ ସମ୍ପଦ ବିଭାଗ ଦ୍ଵାରା କୁରୁଣ୍ଟି କେନାଲ ଡାହାଣ ପାର୍ଶ୍ୱରାସ୍ତାର ଉନ୍ନତି କରଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଅଛି। ଏହା ସହିତ ମଧ୍ୟାହ୍ନରେ ରାଏବିଧାର ପଞ୍ଚାୟତ ଗସ୍ତକରି 9 ଲକ୍ଷ 50 ହଜାର ଟଙ୍କା ବ୍ୟୟ ବରାଦରେ ପଞ୍ଚାୟତ ଭବନ ଓ 10 ଲକ୍ଷ ଟଙ୍କା ବ୍ୟୟ ବରାଦରେ ବ୍ୟାଙ୍କ ଗୃହ ନିର୍ମାଣର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ ଓ ସମ୍ମାନୀତ ଅତିଥି ଭାବେ ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, ସାଂସଦଙ୍କ ପ୍ରତିନିଧି ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ତରମାଳ ସରପଞ୍ଚ ଦିନବନ୍ଧୁ ମହାପାତ୍ର, ସମିତି ସଭ୍ୟା ମାମା ସେଠୀ, ପୂର୍ବତନ ସରପଞ୍ଚ ବାଳକୃଷ୍ଣ ପେଣ୍ଠୋଇ, ପୂର୍ବତନ ସମିତି ସଭ୍ୟ ନିରଞ୍ଜନ ପରିଡ଼ା, କୁସୁବେଣ୍ଟି ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ରାଧାକାନ୍ତ ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ବୃନ୍ଦାବନ ପ୍ରଧାନଙ୍କ ସମେତ ପଞ୍ଚାୟତର ବହୁ ବିରିଷ୍ଟ ନେତା ଓ କର୍ମୀ ଉପସ୍ଥିତ ଥିଲେ।