
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ
ପୁରୀ ,ଶ୍ରୀମନ୍ଦିର ପ୍ରଶାସନର ଅନୁମତି କ୍ରମେ ପୁରୀ ଶ୍ରୀମନ୍ଦିର ବରିଷ୍ଠ ପ୍ରତିହାରୀ ସେବାୟତ ଉଦୟନାଥ ପ୍ରତିହାରୀଙ୍କ ସୁପୁତ୍ର ଶାହେବ ଶଙ୍କର ପ୍ରତିହାରୀ ଙ୍କର ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଗରାବଡୁ ସେବା ନିମନ୍ତେ ଶାଟିକା ବନ୍ଧା ନିତୀ ଅନୁଷ୍ଠିତ ହୋଇଯାଇଛି | ସୋମବାର ପୂର୍ବାହ୍ନରେ ଗରାବଡୁ ସେବକ ଭାବେ ଶାଟିକା ବାନ୍ଧିବା ପରେ ଗୌଡ଼ବଡ ସାହି ସ୍ଥିତ ନିଜସ୍ୱ ବାସ ଭଵନକୁ ଆଗମନ କରିବା ପରେ ସେଠାରେ ପଣ୍ଡିତଙ୍କ ଦ୍ୱାରା ମଙ୍ଗଳାର୍ପଣ ନିତୀ ଅନୁଷ୍ଠିତ ହୋଇଥିଲା |ଏହି ଉତ୍ସବରେ ଉଦୟଙ୍କ ସାନଭାଇ ଉମା ଶଙ୍କର ପ୍ରତିହାରୀଙ୍କ ସମେତ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ଉପସ୍ଥିତ ଥିଲେ |