-
ସରକାରଙ୍କ ନିୟମ କୁ ଅବମାନନା କରି ମାତ୍ର ୭ଟି ଖେଳ କୁ ଅନୁମତି ଦେଲେ ପୁରୀ ବ୍ଲକ ଶିକ୍ଷା ଅଧିକାରୀ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ସଦର ବ୍ଲକ ଇଣ୍ଟର ସ୍କୁଲ ଖେଳ ଗତ ୨ଦିନ ହେବ ଆରମ୍ଭ ହୋଇଛି | ଓଡିଶା ସରକାର ଙ୍କ ଇଣ୍ଟର ସ୍କୁଲ ୨୦୨୨-୨୩ ତାଲିକା ରେ ଓଡିଶା ସରକାର ୩୧ଟି ଖେଳ କୁ ଅନୁମୋଦନ ଦେଇଛନ୍ତି |କିନ୍ତୁ ଆମ ଆଦମୀ ପାର୍ଟି ୟୁଥ ୱାଇଂ ତରଫରୁ କୁହାଯାଇଛି ଯେ ବ୍ଲକ ଶିକ୍ଷା ଅଧିକାରୀ ପୁରୀ ସଦର ଙ୍କର ଏକ ଲେର୍ଟର ଗତ ୯/୧୨/୨୦୨୨ ଲେର୍ଟର ନମ୍ବର – ୩୯/୨, ୩୯/୩, ୩୯/୪ ରେ ଲେଖା ଅଛି ମାତ୍ର ୭ଟି ଖେଳ ର ନାମ – ସେ ୭ଟି ଖେଳ ଭିତରେ ବି ସବୁ ଖେଳରୁ ମାତ୍ର 2ଜଣ ଲେଖାଏଁ ମନୋନୟନ କରିବାକୁ ବ୍ଲକ ଶିକ୍ଷାଅଧିକାରୀ ଏହି ଲେର୍ଟର ରେ ଉଲେଖ କରିଛନ୍ତି |ଧରିନିଅନ୍ତୁ ଫୂଟବଲ କୁ କିଏ ବା ନଜାଣେ ଏହି ଖେଳ ଟି ବହୁତ ଲୋକପ୍ରୟତା ହାସଲ କରିଛି ଏହି ଖେଳ କୁ ପୁରୀରେ ସ୍କୁଲର ୨୦ ଜଣ ଖେଳାଳି ଖେଳୁଛନ୍ତି କିନ୍ତୁ ବ୍ଲକ ଶିକ୍ଷାଅଧିକାରୀ ଙ୍କର ଏହି ଲେର୍ଟର ଅନୁଯାୟୀ ମାତ୍ର ୨ଟି ପିଲା ହିଁ ବାଛିବାକୁ କହିଛନ୍ତି ବୋଲି ଲେର୍ଟର ରେ ଉଲ୍ଲେଖ ଅଛି | ଯଦି ପୁରୀ ରେ ୨୦ ଜଣ ପିଲା ଫୂଟବଲ ଖେଳୁଛନ୍ତି ତାଙ୍କ ଭିତରୁ ମାତ୍ର ୨ ଜଣ ପିଲା ହିଁ ଭଲ ଖେଳୁ ଥିବେ ଆଉ କେହି ପିଲା ଭଲ ଖେଳୁନଥିବେ ବୋଲି କିଛି ମାନେ ନାହିଁ| ଯେଉଁ ୨ଟି ପିଲାକୁ ଚୟନ କରାଯାଉଛି ତାକୁ କିଏ ଚୟନ କରୁଛି, କେଉଁ ଉପାୟ ରେ ଚୟନ କରୁଛି ଏବଂ ସେହି ପିଲା ର କଣ କଣ ଦେଖିକି ଚୟନ କରାଯାଉଛି କଥା ଟି ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି | ଓଡିଶା ସରକାର ଙ୍କ ଅନୁମୋଦନ ଅନୁଯାୟୀ ୩୧ଟି ଖେଳ କୁ ଅନୁମତି ମିଳିଛି ଇଣ୍ଟର ସ୍କୁଲରେ କିନ୍ତୁ କିପରି ଭାବରେ ବ୍ଲକ ଶିକ୍ଷାଅଧିକାରୀ ଓଡିଶା ସରକାରଙ୍କ ନିୟମ କୁ ଅବମାନନା କରି ମାତ୍ର ୭ଟି ଖେଳ କୁ ଅନୁମତି ଦେଇଛନ୍ତି ଏବଂ ଏହି ୭ଟି ଖେଳ କାହା ସ୍ୱାର୍ଥ ରେ ହେଉଛି? ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି |ପାର୍ଟି ସନ୍ଦେହ କରିଛି ଯେ ଏହା ଭିତରେ ଏକ ବହୁତ ବଡ ଦୁର୍ନୀତି ହେଉଛି |ଆମ ଆଦମୀ ପାର୍ଟି ୟୁଥ ୱାଇଂ ର ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀ ଙ୍କ ପାଖକୁ କିଛି ଅବିଭାବକ ଆସିଥିଲେ ଏବଂ ତାଙ୍କ ଅଭିଯୋଗ ଥିଲା କି ମୋ ଝିଅ ଫୂଟବଲ ଏବଂ ଆଉ ଜଣେ ଅବିଭାବକ ଅଭିଯୋଗ କରିଛନ୍ତି କି ମୋ ଝିଅ ହ୍ୟାଣ୍ଡବଲ ଖେଳୁଛି ଏବଂ ପ୍ରତି ଦିନ ପୁରୀ ଜିଲ୍ଲା ସ୍କୁଲରେ ମଧ୍ୟ ଅଭ୍ୟାସ କରୁଛି | ବ୍ଲକ ଶିକ୍ଷାଅଧିକାରୀ ଙ୍କ ଲେର୍ଟର ରେ ଏହି ଖେଳ ନାହିଁ ସେଥିପାଁଈ ଆମ ପିଲା ଏହି ଖେଳ ରୁ ବଞ୍ଚିତ ହେଉଛି | କ୍ରୀଡ଼ାବିତ ଙ୍କ ଭବିଷ୍ୟତ ଅନ୍ଧକାର ଭିତର କୁ ନଯାଉ ସେଥିପ୍ରତି ଧ୍ୟାନ ଦେବା ସହିତ ଅଭିଭାବକ ଙ୍କର ଅଭିଯୋଗ ଅନୁଯାୟୀ ଆମ ଆଦମୀ ପାର୍ଟି ୟୁଥ ୱଙ୍ଗ I.P.O ଙ୍କ ଅଫିସ ସମ୍ମୁଖରେ ଏକ ଶାନ୍ତି ପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିଥିଲା |ଏହି ବିରୋଧ ପ୍ରଦର୍ଶନ କରିବା ପରେ I.P.O (Inspector of Physical Education)ପୁରୀ ଆମକୁ ତାଙ୍କ କର୍ମଚାରୀ ଙ୍କ ହାତରେ ଡକାଇ ପଠାଇଥିଲେ ଏବଂ ବହୁତ ସମୟ ସାର ଙ୍କ ସହିତ କଥା ହେବା ପରେ ପୁରୀ I.P.O ଶ୍ରୀ ବିଶ୍ୱାଳ ସାର ଙ୍କୁ ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀ କହିଥିଲେ ଯେ ସାର ଯାହାବି ହେଇଯାଉନା କାହିଁକି କିନ୍ତୁ ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳନ୍ତୁନି ଏବଂ ପିଲା ଚାଁହୁଥିବା ମନମୁତାବକ ଖେଳ କୁ ପିଲାଙ୍କୁ ଖେଳିବାକୁ ଦିଅନ୍ତୁ ଏବଂ ବହୁତ ସମୟ କଥାବାର୍ତ୍ତା ହେବା ପରେ I.P.O ବିଶ୍ୱାଳ ସାର ପ୍ରତିଶୃତି ଦେଇଥିଲେ ଯେ 1ଦିନ ସମୟ ଦିଅନ୍ତୁ ଆମେ ପିଲାଙ୍କ ମନମୁତାବକ ଆମେ ଖେଳ ଚୟନ କରି ଆଉ ଏକ ଲେର୍ଟର ଜାରି କରାଯିବ |
ଏହି ପ୍ରତିବାଦ ଆମ ଆଦମୀପାର୍ଟି ର ଜିଲ୍ଲା ଯୁବ ସଭାପତି ଶ୍ରୀ ଅଂଶୁମାନ ଶତପଥୀ ଙ୍କ ନେତୃତ୍ୱରେ ପୁରୀ ପୌରପାଳିକା ର ଯୁବ ଜୋନ ନମ୍ବର ୨ ର ସଭାପତି ସୁନୀଲ ଜେନା, ପୁରୀ ପୌରପାଳିକା ର ଯୁବ ଜୋନ ନମ୍ବର ୧ ର ସଭାପତି ସୁଧାଂଶୁ ଶେଖର ନାଏକ, ପୁରୀ ପୌରପାଳିକା ର ଯୁବ ଜୋନ ନମ୍ବର ୩ ର ସଭାପତି ଜନ୍ମଜୟ ଜେନା, ପ୍ରଦୀପ ପ୍ରଧାନ ଆଦି ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।