
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଏବଂ ଭାଷା ଆନ୍ଦୋଳନର କର୍ଣ୍ଣଧାର, ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ଓଡ଼ିଆ ଭାଷା, ସାହିତ୍ୟର ପ୍ରସାର ସହ ସମ୍ବାଦପତ୍ର ସମ୍ପାଦନା ଏବଂ ଅସହାୟ ଲୋକଙ୍କ କଲ୍ୟାଣ ପାଇଁ ନିଜ ଜୀବନବ୍ୟାପୀ ଉଦ୍ୟମ ଲାଗି ସେ ଚିର ଆଦର୍ଶ ହୋଇ ରହିବେ।