ଭୁବନେଶ୍ୱର – ବରିÂ ବାମପନ୍ଥୀ ନେତା ଜନାର୍ଦ୍ଧନ ପତିଙ୍କ ଦ୍ୱାରା ଲିଖିତ “ବାରୁଦ ଗଦା ଉପରେ କାଶ୍ମିର” ଶୀର୍ଷକ ପୁସ୍ତକ ଭୁବନେଶ୍ୱରସ୍ଥିତ ସାମ୍ୟବାଦୀ ଭବନରେ ଉନ୍ମୋଚିତ ହୋଇଯାଇଛି । ପ୍ରଗତି ପ୍ରକାଶନୀ ତରଫରୁ ପ୍ରକାଶିତ କାଶ୍ମିର ପ୍ରସଙ୍ଗ ଉପରେ ଏହି ପୁସ୍ତକରେ ଶୀ୍ର ପତି ଏକ ତଥ୍ୟ ଭିତିକ, ନିରପେକ୍ଷ ଏବଂ ବାସ୍ତବତାକୁ ଆଧାର କରି କାଶ୍ମୀର ସମସ୍ୟାକୁ ତୋଳି ଧରିଛନ୍ତି । ସାଂପ୍ରତିକ ପରିସ୍ଥିତିରେ କାଶ୍ମୀର କୁ ନେଇ ଯେଉଁ ବିତର୍କ ଚାଲିଛି, ସେହି ସମୟରେ ଏହି ପୁସ୍ତକ ଖୁବ୍ ଉପାଦେୟ ଏବଂ ସମୟପୋଯୋଗୀ ହେବ ବୋଲି କୁହାଯାଇଛି । ଆଜି ସାମ୍ୟବାଦୀ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉକ୍ତ ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା ଏବଂ ଏଥିରେ ଶୀ୍ର ପତିଙ୍କ ସମେତ ସି.ପି.ଆଇ.(ଏମ୍) ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ, ସାମ୍ୟବାଦୀ ସାପ୍ତାହିକ ପତ୍ରିକାର ବସନ୍ତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ମାତ୍ର ୧୦ ଟଙ୍କାରେ ଜୟଦେବ ବିହାର ସ୍ଥିତ ସି.ପି.ଆଇ.(ଏମ୍) ରାଜ୍ୟ ଅଫିସ୍ରେ ଏହି ପୁସ୍ତକ ଉପଲବ୍ଧ ଅଟେ ।
Related Stories
November 22, 2024