ବଲାଙ୍ଗିର ,ଚାଷିଙ୍କ ବିରୋଧୀ ମଣ୍ଡି ରେ କଟନୀ ଛଟନି କୁ ରାଜ୍ୟର ବିଜୁ ଜନତାଦଳ ସରକାର ସମର୍ଥନ କରୁଛି ବୋଲି ଅଭିଯୋଗ କରିଛନ୍ତି ଲୋଇସିଙ୍ଗା ବିଧାୟକ ଡଃ ମୁକେଶ ମହାଲିଙ୍ଗ । ସେ ଗତ କାଲି ରାତି ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି
ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାଲିଙ୍ଗ ଏପରି ମନ୍ତବ୍ୟ ଦେଇ କହିଲେ ଯେ ତାଙ୍କର ନିର୍ବାଚନ ମଣ୍ଡଳୀ ସ୍ଥିତ ପୁଇଁତଳା ବ୍ଲକ ରେ ବିଭିନ୍ନ ମଣ୍ଡି ରେ ଏଭଳି ଅଭିଯୋଗ ଆସିଲା ପରେ ସେ ପେକ୍ସ ଗୁଡ଼ିକ ପରିଦର୍ଶନ କରିଥିବା ବେଳେ ଶେଷରେ ଗତକାଲି ସନ୍ଧ୍ୟାରେ ପୁଇଁତଳା ପେକ୍ସ କୁ ଯାଇଥିବା ବେଳେ ପୁଇଁତଳା ପେକ୍ସ ସଭାପତି ସୁରେଶ୍ଵର ନାଏକ ନିଜେ ପେକ୍ସ ଭିତରକୁ ଯିବାପାଇଁ ତାଙ୍କୁ ଅବରୋଧ କରିଥିଲେ ଯାହାକୁ ନେଇ ଉତ୍ତେଜନା ସ୍ରୁଷ୍ଟି ହୋଇଥିଲା । ପେକ୍ସ କୁ ପଶିବା ନେଇ ନିଜେ ସଭାପତି ରାସ୍ତା ଅବରୋଧରୁ ପ୍ରମାଣିତ ହେଉଛି ଯେ, ଏହି ପେକ୍ସ ରେ କୁଇଣ୍ଟାଲ ପ୍ରତି 10 କିଲୋ ପର୍ଯ୍ୟନ୍ତ କଟନୀ ଛଟଣି ସହିତ ଚାଷିମାନଙ୍କୁ ନାନା ପ୍ରକାରର ଶୋଷଣ ଓ ବିଶୃଙ୍ଖଳା ରହିଛି ଯାହାର ଉଚ୍ଚ ସ୍ତରୀୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ ।
ଗତକାଲି ସନ୍ଧ୍ୟା 5 ଘଣ୍ଟା ସମୟରେ ତାଙ୍କ ଉପରେ ଅବରୋଧ ଓ ଗାଡିକୁ ଅଣ୍ଡାମାଡ ଘଟଣାରେ ପୁଇଁତଳା ଥାନାରେ ସୁରେଶ ନାଏକ, ଜ୍ଞାନ ରଞ୍ଜନ ଷଡଙ୍ଗୀ, ଥବିର ସା, ବିଷ୍ଣୁ ପଟେଲ, ଭାଗୀରଥୀ ସେଠ , ଅରୁଣ ନାଏକ ଓ ଅନ୍ୟମାନେ ଅଶାଳୀନ ଗାଳିଗୁଲଜ ସହିତ ଜୀବନରେ ମାରିଦେବା କୁ ଧମକ ଦେଇଥିଲେ ତା ସହିତ ଆକ୍ରମଣ କରି ବିଧାୟକ ଗାଡିକୁ ଅଣ୍ଡା ମାଡ କରିବା ସହିତ ଅଭିଯୋଗ କାରୀ ବାଞ୍ଛାନିଧି ପଟେଲ ଓ ସହଯୋଗୀ ଦୂତୀକୃଷ୍ନ ସେଲମା ଙ୍କୁ ମୁଥ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ଦିଆଯାଇଥିବା ପ୍ରକାଶ ।