ଘଟଗାଁ,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ ଅନୁଦାନରେ ଯେକୌଣସି ସ୍ଥାନରେ ହେଉଥିବା ପ୍ରକଳ୍ପ କାମ ଆରମ୍ଭ ପୂର୍ବରୁ କାର୍ଯ୍ୟ ସଂପୂର୍ଣ୍ଣ ବିବରଣୀ ସୂଚନା ଫଳକରେ ଲିପିବଦ୍ଧ ହେବାର ନିୟମ ରହିଛି । କିନ୍ତୁ ଉକ୍ତ ନିୟମକୁ କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଘଟଗାଁ ବ୍ଲକସ୍ଥିତ ଗ୍ରାମ ପଞ୍ଚାୟତ ଗୁଡିକରେ ନିୟମକୁ ଉଲ୍ଲଘଂନ କରି କାର୍ଯ୍ୟ କରୁଥିବା ଗୁରୁତର ଅଭିଯୋଗ ହୋଇଛି । ଏପରିକି କାର୍ଯ୍ୟ ସଂପୂର୍ଣ୍ଣ ହେବାର
୬ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ସୂଚନା ଫଳକରେ ଲିପିବଦ୍ଧ ହୋଇନଥିବା ନେଇ ପଞ୍ଚାୟତବାସୀଙ୍କୁ ସନ୍ଦେହ ସୃଷ୍ଟି କରିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ କ୍ରମେ ଜନ ସାଧାରଣଙ୍କ ସୁବିଧା ନିମନ୍ତେ ବିଭିନ୍ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବିନିମୟରେ ନରେଗା ଠାରୁ ଆରମ୍ଭ କରି ସିଏଫସିଓ ଏଫସିଏମ୍ଏଲ୍ ଏଗ୍ରାଣ୍ଟ୍ ଓଡିଏମ୍ଏଫ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ସବୁଠାରୁ ବେଶି ଗୁରୁତର ଅଭିଯୋଗ ହୁଏ ନରେଗା ଯୋଜନା (ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଜୁକ୍ତି ଯୋଜନା)ରେ ହେଉଥିବା ପ୍ରକଳ୍ପରେ ।ଉକ୍ତ କାର୍ଯ୍ୟ ଗୁଡିକ ଶ୍ରମିକମାନଙ୍କ ଦ୍ବାରା କରାନଯାଇ ମେସିନରେ କରାଯାଇ ଅର୍ଥ ହେରଫେର କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କ୍ଷେତ୍ରରେ ପଦକ୍ଷେପ ନିଆଯାଉନାହିଁ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଜନସାଧାରଣଙ୍କ ଜାଣିବା ପାଇଁ ସୂଚନା ଫଳକ ଲେଖାଯିବା ନିୟମ ଅଛି । ବର୍ତ୍ତମାନ ଚାଲୁ ରହିଥିବା ମିଶନଶକ୍ତି ଗୃହ ନିର୍ମାଣ ମିନିଷ୍ଟାଡିୟମର ଉନ୍ନତି କରଣରେ ସୂଚନା ଫଳକ ଲଗାଯାଇନଥିବା ଦେଖାଯାଇଛି । ଏଣୁ ଏହାର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଠାରେ ଦାବି ହୋଇଛି ।