-
ବଡ଼କୁଟରୁ ପ୍ରାଥମିକ କୃଷି ସମବାୟ ସମିତି ରେ ଧାନ ବିକ୍ରିୟ ଟୋ କ ନ କୁ ଅହେତୁକ ବିଳମ୍ବ କରି ଚାଷୀକୁ ହଇରାଣକରିବା, ସହ ମାସ ମାସ ପଡ଼ିରହିଛି ଧାନ.
ଭବାନୀପାଟଣା ,କଳାହାଣ୍ଡି ଜିଲ୍ଲା ରେ ପ୍ରାଥମିକ କୃଷି ସମବାୟ ସମିତି ମାନଙ୍କରେ ଚାଷୀ ହଇରାଣ ହରକତ ହେଉଥିବା ଘଟଣା ନୁଆଁ ନୁହଁ, ଚାଷୀ ର ଧାନ କୁ ବିକ୍ରି କରିବାକୁ କେତେ କଷ୍ଟ କରିପାରେଚାଷୀ,କିନ୍ତୁ ଜିଲ୍ଲାର ବଡ଼ କୁ ଟୁ ରୁ ଶାଖା କୃଷି ସମବାୟ ସମିତି ରେ ନିଆରା ଢଙ୍ଗ ରେ ଚାଷୀକୁ ହଇରାଣ ହରକତ କରୁଥିବା ଜଣାଯାଏ, ଏହି ସମିତି ର ଜଣେ ଚାଷୀ ଚିରାଚରିତ ସରକାରୀ ନିୟମ ରେ ଅମଳ କରାଯାଇଥିବା ଧାନ କୁ ଟୋ କ ନ ମାଧମ ରେ ବିକ୍ରୟ କରିଥାନ୍ତି, ଚଳିତ ବର୍ଷ ମଧ୍ୟ ଟଙ୍କା ଧାନ ବିକ୍ରୟ କରିବା ଟୋ କ ନ ନମ୍ବର 260ବିକ୍ରୟ ତାରିଖ -05ଡିସେମ୍ବର 2022. ଧାନ ର ପରିମାଣ 73.15କ୍ଯୁ ଟାୟାଲ ଫର୍ମର ଆଇଡି ନଂ -15060001137. ଅଟେ. ଏବଂତାଙ୍କ ଧର୍ମ ପତ୍ନୀ ଙ୍କ ଟୋକ ନ ନମ୍ବର -558, ତାରିଖ -16ଡିସେମ୍ବର 2022. ଧାନ ପରିମାଣ 72.01କ୍ଯୁ ଟିଆଲ ବିକ୍ରୟ କରିବାକୁ ଟୋକ ନ ପାଇଥିଲେ, ମୋବାଇଲ ରେ ମଧ୍ୟ ମେସେଜ ଆସିଥିଲା. କିନ୍ତୁ ବିଭାଗୀୟ କାରସାଦି ବା ଆକ୍ରୋଶ ମନଭାବ ରେ ଟୋ କନ କୁ ପରିବର୍ତନ ହୋଇ,ଟୋକ ନ ନଂ -300କରାଯାଇ ତାରିଖ 27ଡିସେମ୍ବର ରୁ 25ଜାନୁଆରୀ 2023, କରାଯାଇଛି, ଏବଂ ତାଙ୍କ ପତ୍ନୀ ଙ୍କ ଟୋକ ନ ନଂ -538କୁ 30ଜାନୁଆରୀ ଠାରୁ 28ଫେବୃଆରୀ 2023କୁ ବୃଦ୍ଧି କରାଯାଇଥିବା କେତେ ଯୁକ୍ତି ଯୁକ୍ତ?
ଏହି ବିଳମ୍ବ ଘୋ ଟାଲା କୁ ଚାଷୀ ଶ୍ରୀ ହିମାଂଶୁ ଶେଖର ନାୟକ ଲିଖିତ ଅଭିଯୋଗ କରିଥିଲେ ଏବଂ ସି. ଏସ. ଓ.କଳାହାଣ୍ଡି ଙ୍କୁ ଜଣାଇଥିଲେ, କନସିଡର ପାଇଁଫରୱାର୍ଡ଼ ଚିଠି ନଂ -299/12/12/2022ରେ ନିର୍ଦେଶ ଦେଇ ଥିଲେ ମଧ୍ୟ ଚାଷୀଙ୍କୁ ଅଣଦେଖା କରିଥିବା ଜଣାଯାଏ, ଏହି ଚାଷୀ ଜଣଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ଇତି ପୂର୍ବେ ଦୁହେଁ କରୋନା ରେ ପୀଡିତ ଥିଲେ, ଧାନ କୁ ମାସ ମାସ ଜଗି ବା ରାତି ଦିନ ଜଗିବା ବିଶେଷ କଷ୍ଟ ଦାୟକ ଅଟେ, ଏ ଦିଗରେ ଜିଲ୍ଲା ପ୍ରଶାସନ ବିଭାଗୀୟ ଅଧିକାରୀ ବିହିତ ପଦକ୍ଷେପ ଗ୍ରହଣ କରିବା ସହ ପୂର୍ବ ନିର୍ଦ୍ଧାରିତ ଟୋକ ନ, ତାରିଖ ଅନୁସାରେଚଳିତ ମାସ 5ତାରିଖ ଓ 16ତାରିଖ ରେ ଧାନ ଉଠାଇ ଚାଷୀଙ୍କୁ ଉଚିତ ପାଉଣା ଦେବାକୁ,ଧାନକିଣିବା କୁ ସାଧାରଣ ରେ ଦାବି ହେଉଛି.।