ବଲାଙ୍ଗୀର,ବଲାଙ୍ଗୀର ଜିଲା କୁଡାସିଂହା ହାଇସ୍କୁଲ ରେ କାମକରୁଥିବା ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ମିଶ୍ର (୫୭)ଙ୍କ ମଙ୍ଗଳବାର ସନ୍ଧ୍ୟାରେ ବୁର୍ଲା ମେଡିକାଲ ଠାରେ ପରଲୋକ ଘଟିଛି I ବଲାଙ୍ଗୀର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରେ ଦଶମ ଶ୍ରେଣୀ ସମ୍ମେଟିଭ ଖାତା ମୂଲ୍ୟାଙ୍କନ କରୁଥିବାବେଳେ ତାଙ୍କୁ ପ୍ରଚୁର ଝାଳ ହୋଇଥିଲା । ସେଠାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ନିଆଯାଇଥିଲା । ସେଠାରେ ହୃଦ୍ଘାତ ଆଶଙ୍କା କରି ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ଭିମାସାର ମେଡିକାଲ ହସ୍ପିଟାଲକୁ ପଠାଯାଇଥିଲା । ବୁର୍ଲା ମେଡିକାଲ ହସ୍ପିଟାଲରେ ଡାକ୍ତରଙ୍କ ସହ ପରାମର୍ଶ କରୁଥିବାବେଳେ ସେ ଟଳି ପଡିଥିଲେ । ତାଙ୍କ ସ୍ତ୍ରୀ ଚନ୍ଦ୍ରମା ମିଶ୍ର, ଏକମାତ୍ର ପୁତ୍ର ଆଦେଶ କୁମାର ମିଶ୍ର, ତିନି ଭାଇ ମଧ୍ୟରୁ ବଡ ଡାକ୍ତର୍ ବୁର୍ଲା ମେଡିକାଲ ରେ ଅସ୍ଥିସଲ୍ୟ ପ୍ରୋଫେସର ଅଶୋକ କୁମାର ମିଶ୍ର, ସାନଭାଇ ପ୍ରେସକ୍ଳବ୍ ସଭାପତି ଅରୁଣ କୁମାର ମିଶ୍ର , ବାପା ଦଶରଥ ମିଶ୍ର ଅଛନ୍ତି । ଆଜି ବୁଧବାର ସକାଳେ ବଲାଙ୍ଗୀର ବିଭୂତିପଡା ଶ୍ମଶାନରେ ତାଙ୍କ ଦାହସଂସ୍କାର କରା ଯାଇଛି ତାଙ୍କ ଶବ ଧାରରେ ତାଙ୍କର ଅନେକ ବନ୍ଧୁ ବାନ୍ଧବ, ଶୁଭେଚ୍ଛୁ, ସାମ୍ବାଦିକ, ବଲାଙ୍ଗିର ର ମାନ୍ୟତା ପ୍ରାପ୍ତ ନାଗରିକ ମାନେ ଯୋଗଦେଇ ଶ୍ମସାନରେ ତାଙ୍କର ଶେଷ ଦର୍ଶନ କରିଥିଲେ I
Related Stories
November 22, 2024