-
ଏହି ମାମଲାରେ ପୂର୍ବରୁ ହାଜର ହୋଇ ସାରିଛନ୍ତି ବୀରେନ୍ଦ୍ର ଲାକ୍ରା
ଭୁବନେଶ୍ୱର, ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଇନଫୋସିଟି ଥାନାରେ ହାଜର ହୋଇଛନ୍ତି ତାଙ୍କର ବାନ୍ଧବୀ ମନଜିତ ଟେଟେ । ସେଠାରେ ପହଂଚିବା ପରେ ତାଙ୍କୁ ପଚରା ଉଚୁରା କରା ଯାଉଥିବା ଜଣା ପଡିଛି ।
ଏହା ପୂର୍ବରୁ ସୋମବାର ଦିନ ଏହି ମାମଲାରେ ପୂର୍ବତନ ହକି ଖେଳାଳୀ ବୀରେନ୍ଦ୍ର ଲାକ୍ରା ଇନଫୋସିଟି ଥାନାରେ ହାଜର ହୋଇଥିଲେ । ବୀରେନ୍ଦ୍ର ଲାକ୍ରା ଥାନାରେ ହାଜର ହେବା ପରେ ଅତିରିକ୍ତ ଡିସିପି ବୀରେନ୍ଦ୍ରଙ୍କୁ ପଚରାଉଚୁରା କରିଥିଲେ ।
ଗତ ଫେବ୍ରୁଆରି ୨୮ ତାରିଖରେ ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ ଏକ ଫ୍ଲାଟ୍ ରେ ବେକରେ ଶାଢ଼ି ଦେଇ ଆନନ୍ଦ ଟପ୍ପୋ ଆତ୍ମହତ୍ୟା କରିଥିବା ନେଇ ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନରେ ସୂଚନା ଦେଇଥିଲେ । ମୃତ ଶରୀରର ବେକରେ ୨ଟି ଦାଗ ରହିଥିଲା । କିଛିଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ । ଆନନ୍ଦ ଆତ୍ମହତ୍ୟା କରିବା ଭଳି କୌଣସି କାରଣ ନଥିଲା । ଆନନ୍ଦଙ୍କ ବାପା ହତ୍ୟା ଅଭିଯୋଗ ଆଣିଥିଲେ ।