-
ପୂର୍ବରୁ ସେମାନଙ୍କୁ କରାଯାଇଥିଲା ନିଲମ୍ବିତ
ଭୁବନେଶ୍ୱର, ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜରେ ହାତୀଶୀକାର ଓ ପରେ ହାତୀ ପୋଡା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ନିଲମ୍ବିତ କରାଯାଇଥିବା ୩ ଜଣ ବନ କର୍ମଚାରୀଙ୍କୁ ଗିରଫ କରାଯାଇଛି ।
ଯେଉଁ ବନ କର୍ମଚାରୀ ମାନଙ୍କୁ ଗିରଫ କରାଯାଇଛି ସେମାନେ ହେଲେ ଜେନାବିଲ ରେଞ୍ଜ ଇନଚାର୍ଯ୍ୟ ଶିବଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ କୁମାର ଦାସ । ଗତ ୭ ତାରିଖରେ ଶିମିଳିପାଳରେ ହାତୀ ମୃତ୍ୟୁ ନେଇ ଖବର ଆସିଥିଲା । ଜେନାବିଲରେ ୫୦ ଜଣିଆ ଯାଂଚ ଦଳ ଗଠନ କରି ଏଠାରେ ଖୋଜାଖୋଜି ପରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳିନଥିଲା । ସ୍ଥାନୀୟ ବନ କର୍ମଚାରୀଙ୍କୁ ଜେରା ପରେ ହାତୀ ମୃତ୍ୟୁ ଘଟଣା ଘଟିଥିବା ନେଇ ସୁରାକ୍ ମିଳିଥିଲା । କାର୍ଯ୍ୟାନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା ଜଣାପଡ଼ିଥିଲା ।
ହାତୀକୁ ପୋଡ଼ିବା ପରେ ରହି ଯାଇଥିବା ଦେହାବଶେଷକୁ ନିକଟରେ ଥିବା ଏକ ଜଳ ପ୍ରପାତରେ ପକାଇଥିଲେ । ଏହି ଖବର ଜଣାପଡିବା ପରେ ୩ ଜଣ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।