ଭୁବନେଶ୍ୱର, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ‘ଆମେ ଭୁବନେଶ୍ୱର’ ପକ୍ଷରୁ ନୀଳମଣି ବିଦ୍ୟାରତ୍ନଙ୍କ ୧୫୬ତମ ଜୟନ୍ତୀ ସ୍ଥାନୀୟ ପ୍ରତିମୂର୍ତିସ୍ଥଳ ଜୟଦେବ ବିହାରଠାରେ ପୁଷ୍ପାଞ୍ଜଳି ଅର୍ପଣ ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସଂଯୋଜନା କରି ବରିଷ୍ଠ ସାମ୍ବାଦିକ, ଅଭିଯାନ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ମତବ୍ୟକ୍ତ କରି କହିଥିଲେ ଯେ, ଉତ୍କଳର ସୁଯୋଗ୍ୟ ସନ୍ତାନ ସହିତ, ଓଡ଼ିଆ ଭାଷା, ସାହିତ୍ୟ, ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକତା ପ୍ରମୁଖରେ ତାଙ୍କର ଅବଦାନ ଥିଲା ଅବିସ୍ମରଣୀୟ । ଉତ୍କଳ ଦୀପିକା ସମ୍ପାଦନା ସହିତ, ସାମ୍ବାଦିକତା ଓ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରାଇବାରେ ତାଙ୍କ ଅବଦାନ ଥିଲା ଅତୁଳନୀୟ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଦିଗରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରଭାତ ତ୍ରିପାଠୀ, ଅନୁସଚିବ ଲକ୍ଷ୍ମୀଧର ବେହେରା, ଦିଲ୍ଳୀପ ଦାସ ଶର୍ମା, ବ୍ରଜବନ୍ଧୁ ପରିଡ଼ା ଉପସ୍ଥିତ ରହିବା ସହ ତାଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।
Related Stories
November 24, 2024