ମାଲକାନଗିରି ,୭ ଦଫା ଦାବିନେଇ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ଜାତୀୟ ରାଜପଥରେ ଧାରଣା ଦେଲେ ଆଶା କର୍ମୀ । ନିଜର ହକ ଦାବି କରି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କର୍ଯ୍ୟାଳୟ ସମ୍ମୁଖରେ ଶୀତ କାକରରେ ଦୀର୍ଘ ୨୫ ଦିନ ଧରି ଆଶା କର୍ମୀ ମାନେ ଧାରଣା ଦେଇଥିଲେ । ସେମାନଙ୍କ ଦାବୀ କେହି ନବୁଝିବାରୁ ଆଜି ଜିଲ୍ଲାରେ କାର୍ଯ୍ୟରତ ଶତାଧିକ ଆଶା କର୍ମୀ ମାନେ ଜିଲ୍ଲା ସଦର ମହକୁମା ଠାରେ ଏକତ୍ରିତ ହୋଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୭ ଦଫା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ କାର୍ଯାୟଳ ସମ୍ମୁଖ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ଧାରଣା ଦେଇଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଯାନବାହାନ ଅଟକି ରହିଛି ।ଘଟଣାସ୍ଥଳରେ ମାଲକାନଗିରି ଆଦର୍ଶଥାନା ପୋଲିସ ପହଞ୍ଚି ବୁଝାଇଥିଲେ ମଧ୍ୟ ସେମାନେ ଦାବୀ ପୂରଣ ନହେବା ଯାଇ ଏଠାରେ ବସି ରହିବେ ବୋଲି ଜଣାଇଥିଲେ!
Related Stories
November 24, 2024
November 24, 2024