
ମାଲକାନଗିରି,ମାଲକାନଗିରିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ମାଲକାନଗିରି ଜିଲ୍ଲାର ମାଥିଲି ବନ ବିଭାଗ ଅଧୀନରେ ଥିବା ଜଙ୍ଗଲରୁ ଭାଲୁଟିଏ ରାସ୍ତା ପାର କରୁଥିବା ବେଳେ ଏକ ଟ୍ରକ ଧକ୍କାରେ ତାର ଜୀବନ ଚାଲି ଯାଇଥିବା ଜଣାପଡିଛି । ଘଟଣା ଅନୁଯାୟୀ ଟିଲୁଗୁଡା ଏବଂ ଭୋଇଗୁଡା ମଧ୍ୟରେ ଏକ ଜଙ୍ଗଲୀ ଭାଲୁଟି ରାସ୍ତା ପାର କରୁଥିଲା । ଏହି ସମୟରେ ଭାଲୁଟି ଦ୍ରୁତ ଗତିରେ ଆସୁଥିବା ଟ୍ରକ ସାମ୍ନାରେ ପଡିଯାଇଥିଲା । ଯାହା ଫଳରେ ଭାଲୁର ମୁଣ୍ଡ ଉପରେ ଟ୍ରକର ଚକା ଚଢିଯିବାରୁ ଭାଲୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିବା ଜଣାପଡିଛି ।ଖବର ପାଇ ମାଥିଲି ବନାଂଚଳ ଅଧିକାରୀ ବାସୁଦେବ ନାୟକ ସେଠାରେ ପହଂଚି ଭାଲୁର ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଦୁର୍ଘଟଣା ଘଟାଇଥିବା ଟ୍ରକ ସମ୍ପର୍କରେ ଏବେ ଯାଞ୍ଚ ଚାଲିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।