କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ପୁରୀ ସହରରେ ରେ ମଶା ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ପୁରୀ ପୌରପାଳିକା ଏଥିପ୍ରତି ଧ୍ୟାନ ଦେଉନାହିଁ କି କୌଣସି ପ୍ରତିକାର କରୁନାହିଁ । ତେଣୁ ଆଜି ସନ୍ଧ୍ୟା 4ଟା ରେ ପୁରୀ ପୌରପାଳିକା ଅଫିସ ସମ୍ମୁଖରେ ଆପ୍ ତରଫରୁ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରାଯାଇଛି । ଆପ୍ ର ସଦସ୍ୟ ମଶାରୀ ଘୋଡ଼ି ହେଇ ପୌରପାଳିକା ଅଫିସ ସମ୍ମୁଖରେ ଏକ ଅଭିନବ ପ୍ରୟାସ ରେ ପ୍ରତିବାଦ କରିଛନ୍ତି । ପୁରୀ ପୌରପାଳିକା ପୁରୀ ସହର ସଫା ସୁତୁରା ରଖିବାରେ ବିଫଳ ହେଇଥିବାରୁ ମଶା ସଂଖ୍ୟା ବଢୁଛି ଏବଂ ମଶା କମ୍ କରିବାକୁ କୌଣସି ପଦକ୍ଷେପ ପୌରପାଳିକା ନେଉନାହାନ୍ତି ବୋଲି ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି କହିଛନ୍ତି । ସେହିଭଳି ପୁରୀ ପୌରପାଳିକା ସ୍ୱଚ୍ଛତା ପାଇଁ ପୁରସ୍କାର ପାଇଥିଲେ ମଧ୍ୟ ଏହା କେବଳ କାଗଜ କଲମରେ ସିମୀତ ବୋଲି ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି କହିଛନ୍ତି । ପୁରୀ ସହରରେ ଅନେକ ନାଳ ଖୋଲା ମୁକୁଳା ପଡ଼ିଥିବା ବେଳେ ପୌରପାଳିକା ବର୍ଷକୁ ଥରେ ରଥଯାତ୍ରା ସମୟରେ ନାଳ ସଫା କରି ନିଜ ଦାୟିତ୍ୱ ରୁ ଓହରି ଯାଉଛି ବୋଲି ଆପ୍ ସଦସ୍ୟ ଅଭିଯୋଗ କରିଛନ୍ତି । ଆଗକୁ ଯଦି ପୁରୀ ର ମଶା ସମସ୍ୟାକୁ ଦୂର କରିବା ପାଇଁ ପୁରୀ ପୌରପାଳିକା ଉଚିତ୍ ପଦକ୍ଷେପ ନ ନିଏ ତେବେ ଆଜି ଯୋଉ ପ୍ରତିବାଦ ପୌରପାଳିକା ସମ୍ମୁଖରେ ହେଉଛି ତାହା ଅଫିସର୍ ଙ୍କ ଅଫିସ୍ ସମ୍ମୁଖରେ କରିବେ ବୋଲି ଆପ୍ ସଦସ୍ୟ ଚେତେଇ ଦେଇଛନ୍ତି । ସେପଟେ ପୌରପାଳିକା ନିର୍ବାଚନ ନାହୋଇଥିବାରୁ ସରକାରୀ ଅଫିସର ମାନେ ମନମୁଖୀ କାର୍ଯ୍ୟ ସହ ଦୁର୍ନୀତି ର ଗନ୍ଧ ଆସୁଛି ବୋଲି ଜିଲ୍ଲା ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ସମୀର ସାମନ୍ତରାୟ କହିଛନ୍ତି । ପୌରପାଳିକାର ଫେବର୍ ବ୍ଲକ୍ ଦୁର୍ନୀତି ପରେ ମଶା ପାଇଁ ମଧ୍ୟ ସବୁ ବର୍ଷ ଦୁର୍ନୀତି ହେଉଛି ବୋଲି ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମ ଜିଲ୍ଲା ଆବାହକ ସଞ୍ଜୀବ ମହାନ୍ତି ଙ୍କ ନେତୃତ୍ୱରେ ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି, ଜିଲ୍ଲା ଯୁବ ସଭାପତି ଅଂଶୁମାନ ଶତପଥୀ, ଆପ୍ ପୌରପାଳିକା ସଭାପତି ଅନିଲ କୁମାର ସେନାପତି ,ଆପ୍ ପୌରପାଳିକା ଯୁବ ସଭାପତି ରାକେଶ ନନ୍ଦ , ପୁରୀ ପୌରପାଳିକା ଜୋନ ସଭାନେତ୍ରୀ ଜୟନ୍ତୀ ଜେନା , ପାର୍ବତୀ ପ୍ରଧାନ, ରୋଜାଲିନ ଜେନା ,ସମୀନା ସ୍ୱାଇଁ , ଶିଶିର ପାଢ଼ୀ , ସୁଧାଂଶୁ ଶେଖର , ସମୀର ସାମନ୍ତରାୟ, ଜନ୍ମଜୟ ପ୍ରଧାନ ,ବିରଜା ପ୍ରସାଦ ନାଥ ଏବଂ ରଶ୍ମି ରଞ୍ଜନ ରାଉତରାୟ ଆଦି ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।
Related Stories
November 24, 2024
November 24, 2024