-
ଉତ୍କଳ ବିଦ୍ବତ ପରିଷଦ ଦ୍ୱାରା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର |
-
ସାମ୍ବାଦିକ ସମ୍ମିଳନୀରେ ପରିଷଦ ସଭାପତି ମନୋଜ ରଥ ପ୍ରକାଶ କରିଛନ୍ତି |
ପୁରୀ ,ଇସ୍କନ ତରଫରୁ ଅମୃତସର ଠାରେ 10 ଡିସେମ୍ବର 2022 ରେ ଏକ ରଥଯାତ୍ରା ଆୟୋଜନ କରାଯାଇଥିଲା |ଏହି ଖବର ଉତ୍କଳ ବିଦ୍ବତ ପରିଷଦ ମିଡିଆ, ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଏବଂ ଅନ୍ୟାନ୍ୟ ଉତ୍ସରୁ ଖବର ପାଇବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପଠା ଯାଇଛି |
ବିନା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଜାଣିବା ପରେ ଓଡିଶାର ୪ କୋଟି ଓଡିଆଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି ଏହି ରଥଯାତ୍ରା |ପୁରୀରେ ଏହାକୁ ଦୃଢ ବିରୋଧ କରାଯାଇଛି |ଅନେକ ଥର ସରକାର, ଓଡିଶାର ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଏବଂ ଗଜପତି ମହାରାଜା (ପୁରୀର ରାଜା) ମଧ୍ୟ ଏଥିରେ ତୀବ୍ର ଆପତ୍ତି ଉଠାଇଛନ୍ତି |
ଏହି ଘଟଣାର ଅନୁସନ୍ଧାନ କରିବାକୁ ଅନୁରୋଧ କରିଛି ଉତ୍କଳ ବିଦ୍ବତ ପରିଷଦ ଏବଂ ଯଦି ସତ ହୁଏ ତେବେ ଦୋଷୀଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପରିଷଦର ସଭାପତି ମନୋଜ ରଥ ଦାବୀ କରିଛନ୍ତି|