-
ସଂସଦ ଉପରେ ଆକ୍ରମଣ ଘଟଣାକୁ 21 ବର୍ଷ ପୁରିଲା
-
କୃତଜ୍ଞ ରାଷ୍ଟ୍ର ବଳିଦାନୀ ମାନଙ୍କୁ ଦେଲା ଶ୍ରଦ୍ଧାଂଜଳି
ନୂଆଦିଲ୍ଲୀ, ଉପରାଷ୍ଟ୍ରପତି, ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ବିଭିନ୍ନ ସାଂସଦ ମାନେ ମଙ୍ଗଳବାର ଦିନ ସଂସଦ ଭବନ ପରିସରରେ 2001 ମସିହାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବଳିଦାନୀ ମାନଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ।
ଏହି ଅବସରରେ ରାଜ୍ୟସଭାର ସଭାପତି ଜଗଦୀପ ଧନଖଡ, ଲୋକସଭା ବାଚସ୍ପତି ଓମ ବିରଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ, ଅଧୀର ରଂଜନ ଚୌଧୁରୀ ସମେତ ଅନ୍ୟ ସାଂସଦ ମାନେ ବଳିଦାନୀ ଜବାନ ମାନଙ୍କର ଫଟୋ ଚିତ୍ରରେ ପୁଷ୍ପାଂଜଳି ଅର୍ପିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଲେଖିଛନ୍ତି – 2001 ମସିହା ସଂସଦ ଆକ୍ରମଣ ମାମଲାରେ ବଳିଦାନ ଦେଇଥିବା ଲୋକ ମାନଙ୍କୁ ଶ୍ରଦ୍ଧାଂଜଳି । ଆମେ ତାଙ୍କର ସେବା, ଶୌର୍ଯ୍ୟ ଓ ବଳିଦାନକୁ କେବେ ହେଲେ ଭୁଲିବୁ ନାହିଁ ।