ଭୁବନେଶ୍ଵର, ସ୍ଵାଭାବିକ ଠାରୁ ଅଧିକ ହୋଇଛି ରାତ୍ରି ତାପମାତ୍ରା; ଫଳରେ ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି । ରାତ୍ରିକାଳୀନ ତାପମାତ୍ରା ଫୁଲବାଣୀରେ ୧୭.୫ ଡ଼ିଗ୍ରୀ, ଟିଟିଲାଗଡ଼ରେ ୨୧ ଡ଼ିଗ୍ରୀ, ସମ୍ବଲପୁରରେ ୧୯.୮ ଡ଼ିଗ୍ରୀ, ଭବାନୀପାଟଣାରେ ୨୦.୪ ଡ଼ିଗ୍ରୀ, ଚାନ୍ଦବାଲିରେ ୧୯.୧ ଡ଼ିଗ୍ରୀ, ଅନୁଗୁଳରେ ୧୮ ଡ଼ିଗ୍ରୀ, କଟକରେ ୧୮.୪ ଡ଼ିଗ୍ରୀ ଏବଂ ଭୁବନେଶ୍ଵରରେ ୧୯ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।