ବଲାଙ୍ଗିର, ଭୀମ ଭୋଇ ମେଡିକାଲରେ ଅଘଟଣ। ଛାତରୁ ଖସିଲା ସିଲିଂ। ଅଳ୍ପକେ ବର୍ତ୍ତିଲେ ଚିକିତ୍ସିତ ରୋଗୀ । ଗତକାଲି ସନ୍ଧ୍ୟାରେ ଭୀମ ଭୋଇ ମେଡିକାଲ ସ୍ଥିତ ମହିଳା ସର୍ଜରୀ ୱାର୍ଡରେ ଛାତରୁ ସିଲିଂ ଖସି ତଳେ ପଡ଼ିଛି । ଏହି ଘଟଣାରେ କୌଣସି ରୋଗୀ ଆହତ ହୋଇ ନ ଥିଲେ ହେଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ ଯେ, ଗତକାଲି ସନ୍ଧ୍ୟାରେ ହଠାତ୍ ଛାତରୁ ସିଲିଂ ଖସି ପଡିଥିଲା । ମେଡିକାଲରେ ଏବେ ନୂଆ ନୂଆ କାମ ହୋଇଥିବା ବେଳେ ନୂଆ କରି ସମସ୍ତ ମରାମତି ପ୍ଲେଟ ବସା କାମ ହୋଇଛି। ଛାତ ପ୍ରତି କାହାର ଦୃଷ୍ଟି ନଥିବା ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ମେଡିକାଲ କଲେଜ ହସ୍ପିଟାଲ ଉପରେ ଆଖ ପାଖରେ ୬/ ୭ ଟି ଜିଲ୍ଲାର ଅଧିବାସୀ ମାନେ ଏହି ହସ୍ପିଟାଲ୍ ଉପରେ ନିର୍ଭରଶୀଳ, ତେଣୁ ବିଶେଷ ଧ୍ୟାନର ଆବଶ୍ୟକତା ରହିଛି।