କନ୍ଧମାଳ, ଫୁଲବାଣୀ ମା ନାରାୟଣୀଙ୍କ ଯାତ୍ରା ମଣ୍ଡପ ଠାରେ ଜିଲ୍ଲା ସଚେତନ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାରେ ନୂତନ ଭାବେ ୭୦ ଜଣଙ୍କ ମାଗଣାରେ ଚକ୍ଷୁ ପରୀକ୍ଷା କରାଯିବା ସହିତ ଓ ପୂର୍ବରୁ ଯେଉଁମାନଙ୍କ ପରଳ ଅସ୍ତ୍ରୋପଚାର କରାଯାଇଥିଲା ସେମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ସୋମବାର ୧୫ ଜଣଙ୍କୁ ବସ୍ ରେ ନିଆଯାଇ ପରଳ ଅସ୍ତ୍ରୋପଚାର କରାଯିଵା ସହିତ ସେମାନଙ୍କୁ ଚିକିତ୍ସାଳୟର ସ୍ବତନ୍ତ୍ର ବସ୍ ରେ ୧୪ ତାରିଖରେ ଫୁଲବାଣୀ ଫେରିଆସିବାକୁ ବନ୍ଦୋବସ୍ତ କରାଯାଇଛି।
ଏହି ଶିବିରକୁ ଅମିୟ ଦାଶ, ଵଂଶୀଧର ପଣ୍ଡା, ବିକାଶ ମହାନ୍ତି, ପିତାମ୍ବର ମିଶ୍ର,ବ୍ରହ୍ମାନନ୍ଦ ପାଣିଗ୍ରାହୀ, ନବୀନ କିଶୋର ପଣ୍ଡା, ପ୍ରମୋଦ କୁମାର ସାହୁ, ରାଜକିଶୋର ପାଢୀ, ପ୍ରଣଵ ମଣ୍ଡଲ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲେ।
ପ୍ରକାଶ ଥାଉକି, କନ୍ଧମାଳ ଜିଲ୍ଲା ସଚେତନ ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ଗତ ଅଗଷ୍ଟ ୨୧ ତାରିଖ ଠାରୁ ଡିସେମ୍ବର୧୨ ତାରିଖ ମଧ୍ୟରେ ଏହା ଚତୁର୍ଥ ପରୀକ୍ଷା ଶିବିର। ଏହି ସବୁ ପରୀକ୍ଷା ଶିବିରରେ ଶତାଧିକ ରୋଗୀଙ୍କ କମ୍ପ୍ୟୁଟରୀକୃତ ମାଗଣାରେ ଚକ୍ଷୁ ପରୀକ୍ଷା କରାଯିବା ସହିତ ଶହେରୁ ଅଧିକ ଅଧିକ ରୋଗୀଙ୍କ ପରଳ ଅସ୍ତ୍ରୋପଚାର କରାଯାଇଛି ।