କଟକ, ମହାନଦୀ ପଠାରେ ଥିବା ୧୮ ଟିକିଆ ହାତୀପଲ ଜଙ୍ଗଲ ମୁହାଁ ହୋଇଛନ୍ତି । ହାତୀପଲ ପାଣି ଭିତରେ ନୂଆପାଟଣା ମଧୁସୂଦନ ବ୍ରିଜ୍ ପାର୍ କରି ଆଠଗଡ଼ ବନଖଣ୍ଡ ବଉଳ ଜଙ୍ଗଲକୁ ଫେରିଛନ୍ତି । ରାତିସାରା ବନ କର୍ମଚାରୀଙ୍କ ଅକ୍ଳାନ୍ତ ଉଦ୍ୟମ ପରେ ଶେଷରେ ଜଙ୍ଗଲ ମୁହାଁ ହୋଇଛନ୍ତି ହାତୀପଲ । ଏହି ହାତୀପଲ ଗତକାଲି ରାତିରେ ହାଡିଆପଠା ପର୍ଯ୍ୟନ୍ତ ଚାଲି ଆସିଥିବାରୁ ଆଖପାଖ ଅଂଚଳର ଲୋକେ ଭୟଭିତ ହୋଇପଡିଥିଲେ ।
ପ୍ରକାଶ ଥାଉକି, ଦୁଇ ଦିନ ତଳେ ଏହି ହାତୀପଲ ଜଙ୍ଗଲ ଛାଡି ସହର ମୁହାଁ ହୋଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିଲା । ଏହି ହାତୀପଲରେ ୧୭ଟି ହାତୀ ସମେତ ଏକ ଛୁଆ ହାତୀ ରହିଛି ।