ବଲାଙ୍ଗିର, ବଲାଙ୍ଗିର ସହର ଭିତରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧି ମାନଙ୍କ ସଂଖ୍ୟା । କଥା କଥାରେ ବୁଲୁଛି ଖଣ୍ଡା ତଲୱାର । ଗତକାଲି ଅପରାହ୍ନ ୫ ଟାରେ ଜଣେ ଯୁବକକୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି ।
ପାଟଣାଗଡ ଥାନା ଘସିଏନ ଗାଁର ଅଶୋକ ଖୁଟଲା ବଲାଙ୍ଗିର ଶାନ୍ତିପଡାରେ ଭଡା ଘରେ ରହି ଏକ ଗ୍ୟାରେଜରେ କାମ କରନ୍ତି। ତାଙ୍କୁ କଲେଜ ଛକରୁ ୬ ଜଣ ଯୁବକ ଟେକି ନେଇଥିଲେ । ସିଭିଲକୋର୍ଟ ପଛପଟକୁ ନେଇ ଯୁବକଙ୍କୁ ଲୁହା ରଡ ସାହାଯ୍ୟରେ ନିର୍ଧୁମ ମାଡ ମାରି ଫେରାର ହୋଇଯାଇଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖଵର ଦେଇଥିଲେ । ପି.ସି.ଆର. ଆସି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରିଛି ।ଗୁରୁତର ଅଶୋକଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଛି । ତେବେ ଆକ୍ରମଣର କାରଣ ଜଣାପଡିନାହିଁ । ଟାଉନ ପୋଲିସର ତଦନ୍ତ ଜାରୀ ରହିଛି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି।