ଭୁବନେଶ୍ୱର,ପଦ୍ମପୁର ଜିଲ୍ଲା ଗଠନ ନେଇ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଅନେକ ପ୍ରକ୍ରିୟା ରହିଛି । ଏସବୁକୁ ଭିତିକରି ଜିଲ୍ଲା ଗଠନ ପାଇଁ ପଦକ୍ଷେପ ନିଆଯିବ ।
ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ଧରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ ନେଇ ଦାବି ହେଉଥିଲା । ଗତ ପଦ୍ମପୁର ନିର୍ବାଚନ ପୂର୍ବରୁ ଜିଲ୍ଲା ଘୋଷଣା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।