ଭୁବନେଶ୍ୱର, ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହା ସୋମବାର ଦିନ ବିଧାୟିକା ଭାବେ ଶପଥ ନେଇଛନ୍ତି ପଦମପୁରର । ବାଚସ୍ପତି ବିକ୍ରମ କେଶରୀ ଆରୁଖ ବର୍ଷାଙ୍କୁ ଶପଥ ପାଠ କରାଇଛନ୍ତି ।
ଶପଥ ଗ୍ରହଣ ପରେ ଉପନିର୍ବାଚନ ସମୟରେ ପଦମପୁରବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ ବୋଲି ବର୍ଷା କହିଛନ୍ତି । । ସେମାନଙ୍କ ପାଖରେ ରହି ସେବା କରିବେ ବୋଲି ବର୍ଷା କହିଛନ୍ତି । ଲୋକ କିପରି ସରକାରୀ ଯୋଜନାର ସୁବିଧା ପାଇପାରିବେ, ସେନେଇ ଗୁରୁତ୍ୱ ଦେବା ସହ ଲୋକଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି ।
ଉଲ୍ଲେଖନୀୟ ଯେ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ଗତ ପାଂଚ ତାରିଖ ଦିନ ପଦମପୁରରେ ଉପନିର୍ବାଚନ ହୋଇଥିଲା । ଡିସେମ୍ବର 8 ତାରିଖ ଦିନ ଏହାର ଗଣତି ହୋଇଥିଲା । ଏଥିରେ ବଡ଼ ବ୍ୟବଧାନରେ ବର୍ଷା ବିଜୟୀ ହୋଇଥିଲେ । ଶପଥ ନେବା ପୂର୍ବରୁ ଗତ ଶନିବାର ବର୍ଷା ବାଚସ୍ପତି ଶ୍ରୀ ଆରୁଖଙ୍କ ସରକାରୀ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହା ପୂର୍ବରୁ ବର୍ଷା ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ।