ଗଞ୍ଜାମ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଚାଂୟତ ଅନ୍ତର୍ଗତ ଧର୍ମପୁର ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଥିବା ଜଣାପଡିଛି । ଗତ ସପ୍ତାହକ ମଧ୍ୟରେ ଗ୍ରାମରେ ଝାଡ଼ାବାନ୍ତିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆକ୍ରାନ୍ତ ହୋଇଛନ୍ତି । ମୃତକ ଜଣକ ହେଲେ ପରୀ ଗୌଡ଼ (୬୦) । ଆକ୍ରାନ୍ତ ମାନେ ହେଲେ ଚକରା ଗୌଡ଼ (୬୫), କାଂଚନ ଗୌଡ଼ (୫୫), ଗଦା ପ୍ରଧାନ (୬୦), ବିଜୟ ଡାକୁଆ (୪୫)ଏବଂ କାଳିଆ ନାୟକ (୪୦) । ଆକ୍ରାନ୍ତ ମାନେ ଦିଗପହଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ର ଓ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଦୂଷିତ ପାଣି ବ୍ୟବହାର କରି ଏମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
Related Stories
November 23, 2024