
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମାରୁତି ନଗର, ପୁରୀ ତରଫରୁ ଶିଶୁ ବିଦ୍ୟା ମନ୍ଦିରରେ ଭାରତୀୟ ଭାଷା ଦିବସ ଓ ସୁବ୍ରମଣ୍ୟମ ଭାରତୀ ଜୟନ୍ତୀ ପାଳିତ ହୋଇଯାଇଛି।ପ୍ରଧାନାଚାର୍ଯ୍ଯ ଶ୍ରୀ ବିନୋଦ କୁମାର ସେନାପତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାକୁ ଉଦଘାଟନ କରିଥିଲେ। ବିଭିନ୍ନ ବିଭାଗରେ ୧୨୮ ଜଣ ଛାତ୍ରଛାତ୍ରୀ ଭାଗନେଇ ୨୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେଇଥିଲେ। ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ଏହାକୁ ସୂଚାରୁରୂପେ ପରିଚାଳନା କରିଥିଲେ।ଏହି ଉତ୍ସବରେ ଅନୁଷ୍ଠାନର ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି କୃତୀ ଛାତ୍ରମାନଙ୍କୁ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଆଚାର୍ଯ୍ୟ ଦୁଃଶାସନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।