-
ଶିଶୁ ର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ-ଟୁକୁନୀ ସାହୁ
ପୁରୀ ,ଏକ ଶୃଙ୍ଖଳିତ ସମାଜ ପାଇଁ ଶିଶୁ ର ମନସ୍ତାତ୍ତ୍ୱିକ ବିକାଶ ହିଁ ସର୍ବଶ୍ରେଷ୍ଠ ଆବଶ୍ୟକତା। ଏଣୁ ଚପଳମତି ଶିଶୁମନରେ କେବଳ ପୁସ୍ତକବିଦ୍ୟା ନୁହେଁ, ସଂଗୀତ, ସାହିତ୍ୟ ଓ କ୍ରୀଡ଼ା ଭଳି ବିଦ୍ୟା ଜ୍ଞାନ ଭରିଦେବା,ପ୍ରତି ପିତା-ମାତାଙ୍କ ଦାୟିତ୍ଵ ହେବା ଉଚିତ ବୋଲି କହିଛନ୍ତି ରାଜ୍ୟ ବାଣିଜ୍ୟ,ପରିବହନ ଓ ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ।ଶିଶୁ ମହୋତ୍ସବ ଟ୍ରଷ୍ଟ ପକ୍ଷରୁ ମୁକ୍ତାକାଶ ରଂଗମଞ୍ଚ ରେ ଉନବିଂଶତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ସାହୁ, ଶିଶୁମାନଙ୍କ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଘୋଷଣା କରିଥିଲେ। ମହୋତ୍ସବ ର ଉତ୍ସବ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ସଭାରେ ବଦ୍ରି ମିଶ୍ର ସଭାପତିତ୍ବ କରିଥିଲାବେଳେ ପୁରୀ ନିମାପଡ଼ା ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା, ଭଗବାନ ସୁଆର, ଯୁବ ନେତୃତ୍ବ ନାରାୟଣ ସ୍ବାଇଁ, ଗୌରହରି ପ୍ରଧାନ, ସ୍ନିଗ୍ଧା ଭଟ୍ଟାଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ମୁଖ୍ୟବକ୍ତା ବିଜୁ ଜନତାଦଳର ମୁଖପାତ୍ର ଅମିତ୍ କୁମାର ମଲ୍ଲିକ ଯୋଗଦେଇ, ରାଜ୍ୟ ର ୩୦୦ଶିଶୁଙ୍କୁ ନେଇ ଆୟୋଜିତ ମହୋତ୍ସବ ର ସଫଳତା କାମନା କରିଥିଲେ। ଶଂଖମିତ୍ର ସିଂହାରୀ , ପ୍ରଶାନ୍ତ ପଟ୍ଟନାୟକ ଓ ମନୋଜ କୁମାର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଆକର୍ଷଣୀୟ ସଂଗୀତ, ବାଦ୍ୟ ଓ ନୃତ୍ୟ ପରିବେଷଣ କରିଥିଲେ।ଶ୍ୟାମପ୍ରକାଶ ସେନାପତିଙ୍କ ସଞ୍ଚାଳିତ ଏହି ମହୋତ୍ସବ ର ସୁପରିଚାଳନା କରିଥିଲେ ,ଅମରେଶ୍ଵର ମହାପାତ୍ର,ପ୍ରବୀର ଶତପଥୀ, ଜଗନ୍ନାଥ ସିଂହାରୀ,ଭୂଵନମୋହନ ପୂଜାପଣ୍ଡା, ସୁଧାଂଶୁ ଭୂଷଣ ରଥ, ସୁକାନ୍ତ ପଣ୍ଡା, ପ୍ରଭାକର ସାହୁ, ଜିତେନ୍ଦ୍ର ମିଶ୍ର,ସୁଜିତ ପ୍ରଧାନ, ସୁମତୀ ରାଉତ, ଲକ୍ଷ୍ମୀଧର ଖୁଣ୍ଟିଆ, ପ୍ରହ୍ଲାଦ ଚନ୍ଦୁକା, ସ୍ନିଗ୍ଧା ଭଟ୍ଟାଚାର୍ଯ୍ୟ,ହରିହର କର,ସୋନାଲି ମଧୁସ୍ମିତା ମହାନ୍ତି, ରଶ୍ମୀରଂଜନ ତ୍ରିପାଠୀ, ରାଜେଶ ସାହୁ, ଶିବ ସୁନ୍ଦର ମିଶ୍ର । ଏହି ପରିପ୍ରେକ୍ଷୀରେ ବଦ୍ରି ମିଶ୍ର,ମାନସ ରଞ୍ଜନ ଦାସ,ସିନ୍ଗଗ୍ଧା ବିନ୍ଧାଣୀ, ଦେବସ୍ମିତା ମହାନ୍ତି, ସିଦ୍ଧାନ୍ତ ରାଉତରାୟ,ସୁଂଧାଶୁ ଭୂଷଣ ରଥ, ଜଗନ୍ନାଥ ସିଂହାରୀ,ରାଜେଶ ସାହୁ ପ୍ରମୁଖଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ଶିଶୁକଳାକାର ମାନଙ୍କୁ ପ୍ରଂଶସାପତ୍ର ପ୍ରଦାନ କରାଯାଇଥିଲା।