ବଲାଙ୍ଗିର, ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ସାଲେପାଲି ଦ୍ଵାରା ପରିଚାଳିତ ଜରା ନିବାସର ଅନ୍ତେବାସୀଙ୍କ ଗୋଟିଏ ୩୦ ଜଣିଆ ଦଳ ଆଜି ରବିବାର ସକାଳେ ବଲାଙ୍ଗିରରୁ ହରିଶଙ୍କର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁଙ୍କ ସହିତ ପରିଭ୍ରମଣ ଯାତ୍ରା ଆରମ୍ଭ କରିଛନ୍ତି। ସେମାନଙ୍କୁ ବଲାଙ୍ଗିରର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଓ ବଣଭୋଜି କ୍ଷେତ୍ରରେ କିଛି ସମୟ ବିତାଇବାକୁ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଲ୍ ରାଣା ସେମାନଙ୍କ ବ୍ୟବସ୍ଥା କରିଛନ୍ତି। ପ୍ରତ୍ୟକ ବର୍ଷର ଏହି ଦିନରେ ହରିଶଙ୍କର ଅନେକ ଦଳ ପିକନିକ୍ ପାର୍ଟୀ ଯାତ୍ରା କରି ମନୋରଞ୍ଜନ କରୁଥିବା ବେଳେ ଏହି ବରିଷ୍ଠ ନାଗରିକମାନେ ସେଠାରେ ସେମାନଙ୍କ ଯୁବାବସ୍ଥାକୁ ମନେ ପକାଇବାକୁ ସୁଯୋଗ ପାଇବେ। ସ୍ଥାନୀୟ କଚେରୀ ଛକରୁ ପୂଜାର୍ଚନା କରି ସେମାନେ ବ୍ୟବସ୍ଥା ହୋଇଥିବା ଗୋଟିଏ ଯାତ୍ରୀବାହୀ ବସ ଯୋଗେ ଯାତ୍ରା ଅନୁକୂଳ କରିଛନ୍ତି। ଏହି ବରିଷ୍ଠ ନାଗରିକଙ୍କ ମୁହଁରେ ଯାତ୍ରା ବେଳେ ଉତ୍ସାହ ଦେଖିବାକୁ ମିଳିଛି।
Related Stories
November 23, 2024